
ଛତ୍ରପୁର ୩୦.୦୫.୨୦୨୫
(ମିଥୁନ ବାରିକ୍)
ଛତ୍ରପୁର : ପ୍ରଧାନମନ୍ତ୍ରୀ ଙ୍କ ଆୟୁଷ୍ମାନ ଭାରତ ଜରିଆ ରେ ଆୟୋଜିତ ୧୦୦ ଦିନିଆ ଯକ୍ଷ୍ମା କେମ୍ପ ର ସୁନ୍ଦର ପ୍ରଚାର ପ୍ରସାର ଓ କାର୍ଯ୍ୟ ଶୈଳୀ କୁ ଅନୁଧ୍ୟାନ କରିବାକୁ ପହଞ୍ଚିଥିଲେ ରାଜ୍ୟ ଟିବି ସେଲ ର ଯକ୍ଷ୍ମା ଅଧିକାରୀଗଣ ଯଥା ଡ଼ା ଚିତ୍ତ ବାରିକ, ଅଧିକ୍ଷକ(ରାଜ୍ୟ ଟି.ବି ସେଲ) ଏସ୍.ସି.ବି ମେଡିକାଲ କଲେଜ, ଓ ଡ଼ା ପରେଶନାଥ ମହାନ୍ତି, ମାଇକ୍ରୋବାୟୋଲୋଜି ଆସୋସିଆଟ ପ୍ରଫେସର, ଏସ୍.ସି.ବି ମେଡିକାଲ କଲେଜ। ଉକ୍ତ ବୈଠକ ରେ ଡ଼ା ସ୍ଵାଧୀନ ରଥ, ଛତ୍ରପୁର ବ୍ଲକ କୁ ଟିବି ମୁକ୍ତ କରିବା ଅଭିଯାନ ରେ ଯାହା ଯାହା କାର୍ଯ୍ୟକ୍ରମ କରାଯାଇଥିଲା ତାହା ଟିମ୍ ସମ୍ମୁଖ ରେ ବାଖ୍ୟା କରିଥିଲେ। ବୈଠକ ରେ ଜିଲ୍ଲା ଟିବି ସେଲ ରୁ ଡ଼ା ଗିତିମୟ ପଟ୍ଟନାୟକ, ସୁଧୀରକାନ୍ତ ବେହେରା ଉପସ୍ଥିତ ଥିଲେ ସେପରି ମୁନିଶିପେଣ୍ଠ ଟିବି ସୁପରଭାଇଜର ପ୍ରଭାତ ସାହୁ, ବି.ପି.ଏମ୍ ସିମାଞ୍ଚଲ ପ୍ରଧାନ, ଶ୍ରୀଧର ବେହେରା ଙ୍କ ସମେତ ପ୍ରମୁଖ ଏହି ବୈଠକ ରେ ଯୋଗ ଦେଇଥିଲେ।