
ଛତ୍ରପୁର : ୩୧.୦୫.୨୫
(ମିଥୁନ ବାରିକ୍)
ଛତ୍ରପୁର : ସରକାର ଡେଙ୍ଗୁ ରୋଗ ପାଇଁ ବିଭିନ୍ନ ପଦକ୍ଷେପ ନେବା ଅନୁସାରେ ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହରାଞ୍ଚଳ ପଯ୍ୟନ୍ତ ସମସ୍ତ ଙ୍କୁ ସଚେତନ କରୁଥିବା ନେଇ ଜିଲ୍ଲା ରେ ୫ ଜଣ ଙ୍କୁ ଆକ୍ରାନ୍ତ ଚିହ୍ନଟ ହୋଇ ଥିବା ଜଣାପଡିଛି । ସେହି ଭଳି ଗଂଜାମ ବ୍ଲକ ହୁମ୍ମା ଗ୍ରାମରେ ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି। ହୁମ୍ମା ତଳ ସାହି ୟୁପି ସ୍କୁଲ୍ ରେ ଥିବା ରାସ୍ତା ଏବଂ ଅଙ୍ଗନ୍ ୱାଡ଼ି କେନ୍ଦ୍ର ଯିବା ରାସ୍ତା ରେ ପାଣି ଜମା ହୋଇ ଥିବା ବେଳେ ବିଭିନ୍ନ ପ୍ରକାର ପଙ୍କ ,କାଦ, ଏବଂ ପଲିଥିନୀ ଜମି ରହିଛି । ସରକାର ଘର ପାଖରେ କୌଣସି ଆଳିଆ ଆବର୍ଜନା କୁ ଘର ପାଖରେ ନ ରଖି ଦୂରେଇ ରହିବା ପାଇଁ ସଚେତନ କରୁଛନ୍ତି । ହେଲେ ଏଠୀ ଘର ପାଖରେ ଘର ଆଗରେ ଏବଂ ଘର ପଛରେ ଏ ସବୁ ଦେଖିବାକୁ ମିଳିଛି । ଯାହା ଫଳରେ ଜୀବାଣୁ ମାନେ ଏହି ରାସ୍ତା ଉପରେ ରହିଲେ ନିଶ୍ଚୟ ଯେକୌଣସି ପ୍ରକାର ରୋଗ ହେବାର ସମ୍ଭାବନା ରହିଛି । ଏହା ଦୀର୍ଘ ଦିନ ଧରି ରହିଥିବାରୁ ରାସ୍ତା ରେ ଯାଉଥିବା ଲୋକମାନେ ଏହାର ଦୁର୍ଗନ୍ଧ ରେ ରହି ପାରୁନଥିବା କହିଛନ୍ତି । ଏହା ଉପରେ ବ୍ଲକ୍ ପ୍ରଶାସନ ଙ୍କ ନଜର ପଡୁନି । ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ ପାର୍ଶ୍ବରେ କୁଢ଼ କୁଢ଼ ଅଳିଆ ଆବର୍ଜନା ପଡିରହିଥିବା ବେଳେ ପଞ୍ଚାୟତ ତରଫରୁ କୌଣସି ପଦକ୍ଷେପ ନିଆ ଯାଉନାହିଁ । ଯାହା ଫଳରେ ରୋଗ ହେବାର ଆଶଙ୍କା ରହିଛି।
ପ୍ରତ୍ୟେକ ଦିନ ଏହି ରାସ୍ତା ଦେଇ ସମସ୍ତ ବ୍ଲକ ଅଧିକାରୀ ଠାରୁ ଆରମ୍ଭ କରି ଜିଲ୍ଲା ଓ ରାଜ୍ୟ ଅଧିକାରୀ ମାନେ ଏହି ରାସ୍ତା ଦେଇ ଯାତାୟାତ କରୁଥିବା ଦେଖିକି ନୀରବ ଦ୍ରଷ୍ଟା ସାଜିିବା ସମସ୍ତ ଙ୍କୁ ଆଶ୍ଚଯ୍ୟା କରିଚି । ହେଲେ ଆଜି ଯାଏଁ କୌଣସି ପ୍ରକାର ପଦକ୍ଷେପ ପ୍ରଶାସନ ନେଇନାହାନ୍ତି ।ଯାହା ଫଳରେ ସ୍ଥାନୀୟ ଲୋକ ଙ୍କୁ ଡେଙ୍ଗୁ ବ୍ୟାପିବାରେ ଆଶଙ୍କା ରହିଛି ।