ଜରାଜୀର୍ଣ୍ଣ ଅବସ୍ଥାରେ ସେମଳା ହାଟ ପରିସର , ଟିକସ ଆଦାୟ ପରେ ବି ସଫା ହେଉନ ଥିବା ଅଭିଯୋଗ

ନବରଙ୍ଗପୁର:- ଲକ୍ଷାଧିକ ଟଙ୍କାରେ ନିର୍ମିତ ହୋଇଛି ହାଟ ପରିସର ମଧ୍ୟରେ ପାଚେରୀ ବସିବାକୁ ପିଣ୍ଡି ଓ ଗୃହ । ହେଲେ ପରିସର ମଧ୍ୟରେ ଅନାବନା ଗଛରେ ପରିପୂର୍ଣ୍ଣ ହୋଇଥିବା ବେଳେ ସଫା ହୋଇ ନ ଥିବାରୁ ଲୋକଙ୍କ କାର୍ଯ୍ୟରେ ନ ଆସି ନିର୍ମାଣାଧୀନ ପିଣ୍ଡି ଓ ଗୃହ ସବୁ ନଷ୍ଟ ହେଉଥିବା ଦେଖିବାକୁ ମିଳିଛି । ଏପରି ଦୃଶ୍ୟ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ସେମଳା ସାପ୍ତାହିକ ବଜାରରେ ଦେଖିବାକୁ ମିଳିଛି । ସପ୍ତାହର ରବିବାର ଦିନ ସେମଳା ଠାରେ ସାପ୍ତାହିକ ବଜାର ବସେ । ଲୋକଙ୍କ ସୁବିଧା ନିମନ୍ତେ ଲକ୍ଷାଧିକ ଟଙ୍କା ଅଟକଳରେ ଅନେକ ଉନ୍ନୟନ ମୂଳକ କାର୍ଯ୍ୟ କରାଯାଇଛି । କିନ୍ତୁ ପଞ୍ଚାୟତ ତରଫରୁ କୌଣସି ପ୍ରକାର ସଫା ନ କରି ନିରବ ରହିଛନ୍ତି । ଭିତର ପାର୍ଶ୍ଵରେ ଅନେକ ମଇଳା ଆବର୍ଜନା ରହିଥିବା ସାପ୍ତାହିକ ବଜାର ଜାତୀୟ ରାଜପଥ ର ଉଭୟ ପାର୍ଶ୍ଵରେ ଲୋକେ ବସି ବାଣିଜ୍ୟ ବ୍ୟବସାୟ କରୁଛନ୍ତି । ଜାତୀୟ ରାଜପଥରେ ଦ୍ରୁତ ଗତିରେ ଯାନବାହନ ଯାଉଥିବାରୁ ଦୁର୍ଘଟଣା ହେବାର ବହୁତ ସମ୍ଭାବନା ରହିଛି । ସପ୍ତାହକୁ ବଜାରରେ ଲୋକଙ୍କୁ ଠାରୁ ପଞ୍ଚାୟତ ତରଫରୁ ଟିକସ ଆଦାୟ କରାଯାଉଛି କିନ୍ତୁ ବଜାର ପରିସରର ସୌନ୍ଦର୍ଯ୍ୟକରଣ କରିବାକୁ ପଞ୍ଚାୟତ ତରଫରୁ କୌଣସି ପ୍ରକାର ସୁବିଧା କରାଯାଉ ନ ଥିବା ଅଭିଯୋଗ ହୋଇଛି । ବିଭିନ୍ନ ବିଭାଗ ପକ୍ଷରୁ ଲକ୍ଷାଧିକ ଟଙ୍କାରେ ଅନେକ ଉନ୍ନୟନମୂଳକ କାର୍ଯ୍ୟ କରାଯାଇଛି କିନ୍ତୁ ସବୁ ନଷ୍ଟ ହେବାକୁ ବସିଲାଣି । ଯାହାକି ସରକାରଙ୍କ ଲକ୍ଷାଧିକ ଟଙ୍କା ପାଣିରେ ପଡିଲା ଭଳି ହେଲା ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହୋଇଛି । ଶୀଘ୍ର ଏହି ସାପ୍ତାହିକ ବଜାରର ପରିସର ସଫା କରି ଜାତୀୟ ରାଜପଥରେ ବଜାର ନ ବସି ଭିତରେ ବସାଇବାକୁ ଗ୍ରାମବାସୀ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *