ପୁଣି ହୁମ୍ମା – ବୋରିଗାଁ ରାସ୍ତା ରେ ଦୁର୍ଘଟଣା

ଛତ୍ରପୁର : ୨୭.୫.୨୫

(ମିଥୁନ ବାରିକ୍)

ଛତ୍ରପୁର : ବାରମ୍ବାର ଅଭିଯୋଗ କଲା ପରେ ବି ତେ ରେଜୁନି ପୂର୍ତ୍ତ ବିଭାଗ ବାରମ୍ବାର ଖବର ପ୍ରସାରଣ ରେ ବି ଆଖି ବନ୍ଦ କରିଛିନ୍ତି ବିଭାଗୀୟ ଅଧିକାରୀ ମାନେ । ଗଞ୍ଜାମ ଜିଲ୍ଲା ର ହୁମ୍ମା ଠାରୁ ପୁରୁଷତମପୁର ମୁଖ୍ୟ ରାସ୍ତା ମଝିରେ ଖାଲ । ଗଂଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ପଞ୍ଚାୟତ ବୋରିଗାଁ ଏବଂ ବଳଦିଆ ଡିହ ମୁଖ୍ୟ ରାସ୍ତାରେ ଖାଲ ଓ ରହିଥିବାରୁ ବାରମ୍ବାର ଦୁର୍ଘଟଣା ରେ ଶିକାର ହଉଛନ୍ତି ଅଞ୍ଚଳ ବାସୀ। ପ୍ରତି ଦିନ ରାତି ପାହିଲେ ହଜାର ହଜାର ସାଇକେଲ ଠାରୁ ଆରମ୍ଭ କରି ଚାରି ଚକିଆ ପଯ୍ୟନ୍ତ ଏହି ରାସ୍ତା ରେ ଯାତାୟାତ କରୁଛନ୍ତି । ହେଲେ କାହାର ମଧ୍ୟ ନଜର ପଡୁନି ଏହି ରାସ୍ତା ଉପରେ
ପୂର୍ବରୁ ୫ ରୁ ୭ ଜଣ ବାଇକ୍ ଆରୋହୀଙ୍କ ଦୁର୍ଘଟଣା ରେ ଶିକାର ହୋଇ ଏବେ ବି ଭଲ ହୋଇ ନାହାନ୍ତି । ପୁଣି କାଳବୈଶାଖୀ ବର୍ଷା ଯୋଗୁଁ ସେହି ମୁଖ୍ୟ ରାସ୍ତାରେ ବର୍ଷା ପାଣି ଜମି ରହିଥିବା ବେଳେ ଏବେ ଦୁଇ ଦିନ ଧରି ଦୁର୍ଘଟଣା ର ଶିକାର ହଉଛନ୍ତି ଅଞ୍ଚଳ ବାସୀ । ଖାଲି ବୋରିଗାଁ ଠିକ୍ ସେହିଭଳି ମଲାଡ ପଞ୍ଚାୟତ ର ପଣିବନ୍ଧ ଗ୍ରାମ ମୁହଁରେ ଗୋଟିଏ ଖାଲ ଥିବାରୁ ସେଠୀ ମଧ୍ୟ ପାଣି ଜମି ରହିଛି । ସେହି ରାସ୍ତାରେ ଗାତ ସୃଷ୍ଟି ହୋଇଥିବାରୁ ଏହି ରାସ୍ତାରେ ବର୍ଷା ପାଣି ଜମି ବନ୍ଧ ସୃଷ୍ଠି ହୋଇଥିବା ଦେଖିବାକୁ ମିଳିଛି । ଏହି ରାସ୍ତାରେ ସକାଳ ହେଲେ ସହ ସହ ଯାନ ବାହାନ ଦୁର୍ଘଟଣାର ସମ୍ଭୁଖିନ ହେଉଛନ୍ତ। ରାସ୍ତା ମଝିରେ ଥିବା ଏହି ଗାତ ବୁଲାଣିରେ ରହିଥିବାରୁ ରାସ୍ତାରେ ସତର୍କ ନହେଲେ ଦୁର୍ଘଟଣା ଘଟିବା ସୁନିଶ୍ଚିତ ହୋଇପଡିଛି । ବର୍ଷା ହେଲେ ଏହି ରାସ୍ତା ରେ ଗାଡ଼ି ଅପେକ୍ଷା ଜନସାଧାରଣ ଚାଲି ଚାଲି ଯିବା କୁ ମଧ୍ୟ ଅସୁବିଧା ହେଉଅଛି । ବୃଦ୍ଧା ଓ ବୃଦ୍ଧି ମାନେ ପ୍ରତିଦିନ ଏହି ରାସ୍ତାରେ ଯିବା ଆସିବା କରୁଛନ୍ତି ହେଲେ ଏହି ରାସ୍ତା ରେ ଖାଲ ହୋଇ ଗୁଡ଼ି ଓ ପଥର ଜମି ରହିଥାଏ ଯାହା ଫଳରେ ଦୁର୍ଘଟଣା ଘଟିବା ଜରୁରୀ ହୋଇପଡ଼ିଛି । ଅନ୍ୟପଟେ (PWD) ଏବଂ ବିଭାଗୀୟ ଅଧିକାରୀ ଙ୍କୁ ଟିକେ ବି ଖାତିର ନାହିଁ ।ଏହାର କାମ ଉପରେ ଗୁରୁତ୍ୱ ଦେଉନଥିବା ଅଭିଯୋଗ ହୋଇଛି । ପୁଣି ଗତ ଦୁଇ ଦିନ ତିନିଦିନ ଭିତରେ ବୋରିଗାଁ ରାସ୍ତାରେ ଦୁଇ ଜଣବୃଦ୍ଧା ସାଇକେଲ ରେ ସନ୍ଧ୍ୟା ବେଳେ ଆସୁଥିବା ବେଳେ ହଠାତ୍ ଲାଇଟ୍ ଚାଲି ଯାଇଥିଲା ଅନ୍ଧାର ରେ କିଛି ବି ଦେଖା ଯାଇନଥିଲା ସିଧା ସାଇକେଲ ସେଇ ଖାଲ ଭିତରକୁ ପଶି ଥିଲା ଯାହା ଫଳରେ ବୃଦ୍ଧା ଜଣଙ୍କ ଦୁର୍ଘଟଣା ରେ ଶିକାର ହୋଇଥିଲେ । ଠିକ୍ ସେହିଭଳି ଯୁବକ ମାନେ ଏହି ରାସ୍ତା ଦେଖି ବ୍ରେକ ମାରିବା ପରେ ଗାଡ଼ି ଟି ଖସି ଖସି କିଛି ଦୂରରେ ପଡ଼ି ଯାଇଥିଲେ ଯାହା ଫଳରେ ଯୁବକ ଙ୍କୁ ଆହତ ହୋଇଥିବା ଅଭିଯୋଗ ହୋଇଛି । ଏହି ସବୁ ମୁଖ୍ୟ ରାସ୍ତାରେ ଖାଲ ହୋଇ ପିଚୁ ବାହାରି ଗୁଡ଼ି ପଡ଼ିଥିବା ଦେଖିବାକୁ ମିଳିଛି । ସେହି ରାସ୍ତାରେ ପାଣି ଜମି ରହିଥିବାରୁ ଲୋକମାନେ ନାହିଁ ନଥିବାର ହଇରାଣ ହେବାକୁ ପଡୁଛି । ଦିର୍ଘ ଦିନହେଲା ଏହାର ମରାମତି ହୋଉ ନାହିଁ । ବର୍ଷା ହେଲେ ଏହି ଗାତରେ ପାଣି ଭର୍ତ୍ତି ହୋଇ ଗାତ ଥିବା ଜଣା ପଡିନାହିଁ ।ଏହି ରାସ୍ତା ଦେଇ ଯାଉଥିବା ଲୋକେ ଦୁର୍ଘଟଣାର ଶିକାର ହେଉଥିବାରୁ ଏହାର ମରାମତି ଜରୁରୀ ହୋଇପଡିଛି । ଏହି ରାସ୍ତାରେ ମୋଟ ୭ ରୁ ୯ଜଣ ଆହତ ହୋଇଥିବା ଜଣାପଡିଛି। ତାହା ସହିତ ରାସ୍ତା ଉଭୟ ପାର୍ଶ୍ଵ ରେ କୌଣସି ବିପଦପୂର୍ଣ୍ଣ ସାଙ୍କେତିକ ଫଳକ ନାହିଁ ଯାହା ଫଳରେ ଦ୍ରୁତ ଗତିରେ ଯାନ ବାହନ ଚଳାଚଳ ହେଉଛି l ଏଣୁ ବିଭାଗୀୟ କର୍ତ୍ତୃପକ୍ଷ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ଅଞ୍ଚଳ ବାସୀ ଦାବି କରିଛନ୍ତି

Leave a Reply

Your email address will not be published. Required fields are marked *