
RAYAGADA : ଜିଲ୍ଲା ପ୍ରଶାସନର ଶିଶୁ ବିକ୍ରୀ ଘଟଣାରେ ଶିଶୁ ମଙ୍ଗଳ କମିଟିକୁ ବେନିୟମ ଭାବେ ଭଙ୍ଗ କରିଥିବା ନିର୍ଦ୍ଦେଶନାମାକୁ ରଦ୍ଦ କଲେ ହାଇକୋର୍ଟ । ଚଳିତ ମାସ ୧ ତାରିଖରେ ଜିଲ୍ଲାପାଳଙ୍କ ସୁପାରିଶ କ୍ରମେ ଜିଲ୍ଲା ଶିଶୁ ମଙ୍ଗଳ କମିଟି ଭଙ୍ଗ ନେଇ ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ନିର୍ଦ୍ଦେଶନାମା ଜାରୀ କରି । ଏନେଇ କମିଟିର ଅଧ୍ୟକ୍ଷା ବିଦୁଲତା ହୁଇକା ସଦସ୍ୟ କୌଳାସ ଚନ୍ଦ୍ର ପାଳ, ପ୍ରିୟଦର୍ଶିନୀ ମହାଙ୍କୁଲ, ଜ୍ୟୋତ୍ସ୍ନାମୟୀ ପାଢ଼ୀ ଏବଂ ଗାଗାରିନ ଶବର ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଏହାର ବିଚାର କରି ହାଇକୋର୍ଟଙ୍କ ମାନ୍ୟବର ବିଚାରପତି ବିରଜା ପ୍ରସନ୍ନ ଶତପଥୀ ସ୍ଥଗିତାଦେଶ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ କମିଟି ଅଧ୍ୟକ୍ଷା ଶ୍ରୀମତୀ ବିଦୁଲତାଙ୍କ ଓକିଲ ଏସ୍ ରୟ ପରିଚାଳନା କରିଥିଲେ । ପ୍ରକାଶ ଥାଉକି ଗତ କିଛି ଦିନ ଧରି କମିଟି ଭଙ୍ଗ ନେଇ ଜିଲ୍ଲା ପ୍ରଶାସନ ତରଫରୁ କମିଟିକୁ ଦାୟିତ୍ୱ ହସ୍ତାନ୍ତର ପାଇଁ ଗୋଟିଏ ଚିଠି ଦେଇ ନୋଟ୍ ସିଟ ମୁତାବକ କୌଣସି ରିମାଇଣ୍ଡର ଦେଇ ନଥିଲେ । ସେହି କାର୍ଯ୍ଯାଳୟରେ ଜଣେ କର୍ମଚାରୀ ଥାଇ ମଧ୍ୟ ତାଲା ଭାଙ୍ଗିବା ଭଳି ଗୋଟିଏ ନାଟକିୟ ଭାବେ କାର୍ଯ୍ୟ କରି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ଦ୍ଵାରା ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ବ୍ୟକ୍ତିଗତ ପ୍ରେସ ରିଲିଜ ଦେଇଥିଲେ । ଘଟଣାଟି ହେଲା ଜେକେପୁର ଠାରେ ଗତ ନଭେମ୍ବର ୧୧ତାରିଖରେ ଜଣେ ଦମ୍ପତି ୨୦ ହଜାର ଟଙ୍କାରେ ଆନ୍ଧ୍ର ପ୍ରଦେଶର ମାନ୍ଯମ ଜିଲ୍ଲାରେ ଏକ ଦମ୍ପତ୍ତି କୁ ୯ଦିନର ଶୁଶୁ କନ୍ୟାକୁ ବିକ୍ରୀ କରାଯାଇଥିଲା । ଏନେଇ ଜିଲ୍ଲା ପ୍ରଶାସନ ହରଡ଼ଘଣାରେ ପଡି ମିଛ ରିପୋର୍ଟ ଦେବା ପାଇଁ ବାରମ୍ବାର ଶିଶୁ ମଙ୍ଗଳ କମିଟିକୁ କହିଥିଲା ଜିଲ୍ଲା ପ୍ରଶାସନ । କିନ୍ତୁ କମିଟି ସଠିକ ରିପୋର୍ଟ ଅର୍ଥାତ ୨୦ ହଜାର ଟଙ୍କା ଶିଶୁ ବିକ୍ରୀ ହୋଇଛି ବୋଲି ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀଙ୍କ ଆରମ୍ଭ କରି ବିଧାୟକଙ୍କୁ ରିପୋର୍ଟ ଦେଇଥିଲେ । ଏନେଇ ବିଧାୟକ କାଡ୍ରାକା ଆପୋଲସ୍ବାମୀ ବିଧାନସଭାରେ ସରକାରଙ୍କୁ ପ୍ରଶ୍ନ ମଧ୍ୟ କରିଥିଲେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି କହିଥିଲେ । ପ୍ରଶାସନ ପକ୍ଷରୁ କାରଣ ଦର୍ଶାଓ ନୋଟିସରେ କରିଥିଲେ କମିଟି କାହିଁକି ୪ଦିନ ବିଳମ୍ବରେ ପ୍ରଶାସନକୁ ଜଣାଇଲା ଏବଂ ଯେଉଁ ନୋଟାରି ଦ୍ବାରା ଚୁକ୍ତିନାମା କରିଥିବା ଓକିଲଙ୍କୁ କାହିଁକି କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କୁ ସୁପାରିଶ କରିଲେ ନାହିଁ ବୋଲି କମିଟି ଭଙ୍ଗ କରାଯାଉ ବୋଲି ରାଜ୍ୟ ସରକାରଙ୍କୁ ସୁପାରିଶ କରିଥିଲେ ଜିଲ୍ଲାପାଳ ପାରୁଲ ପଟାଓ୍ବାରୀ । କିନ୍ତୁ ବିଦୁଲତା କହିବା ପ୍ରକାରେ ଜିଲ୍ଲା ପ୍ରଶାସନ ଶିଶୁ ବିକ୍ରୀ ନେଇ ସଂପୃକ୍ତ ଅଙ୍ଗନବାଡ଼ି ଓ ଏ ଏନ୍ ଏମ୍ ଏବଂ ପୋଲିସଙ୍କ ଠାରୁ ଭଲଭାବରେ ଅବଗତ ଥାଇ ମଧ୍ୟ କମିଟି ମୁଣ୍ଡରେ ଅଠା ବୋଳିଲା । ବାରମ୍ବାର ଜିଲ୍ଲାପାଳଙ୍କ ଏପରି ଭୂଲ ନିଷ୍ପତ୍ତି ପାଇଁ ଜିଲ୍ଲା ବଦନାମ ହେଉଥିବା ଆଲୋଚନା ହେଉଛି ।ଦେଶର ନ୍ୟାୟିକ ବ୍ୟବସ୍ଥା ଉପରେ ତାଙ୍କର ଦୃଢ଼ ଆସ୍ଥା ରହିଛି ଓ ଏହି ଘଟଣାରେ ସତ୍ୟର ଜୟ ଓ ପାପର କ୍ଷୟ ହେବ ବୋଲି ପୂର୍ବରୁ ବିଦୁଲତା ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ କହି ସାରିଛନ୍ତି ।