ଗୋପାଳ କୃଷ୍ଣ ବିଜ୍ଞାନ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ବିଜ୍ଞାନ ବିଭାଗରେ ଲିପ୍ସା ସେନାପତି ଟପ୍ପର ।

ଗଂଜାମ : ୨୫.୦୫.୨୫

(ମିଥୁନ ବାରିକ୍)

ଗଂଜାମ : ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦ୍ୱିତୀୟ ବର୍ଷ ବିଜ୍ଞାନ ଓ କଳା ବିଭାଗର ପରୀକ୍ଷା ଫଳ ପ୍ରକାଶ ପାଇଛି । ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ ଗୋପାଳ କୃଷ୍ଣ ବିଜ୍ଞାନ ମହାବିଦ୍ୟାଳୟ ସୁବଳୟାରେ ଚଳିତ ବର୍ଷର ଯୁକ୍ତ ଦୁଇ ବିଜ୍ଞାନ ବିଭାଗର ପରୀକ୍ଷାରେ ଛାତ୍ରୀ ଲିପ୍ସା ସେନାପତି ଶୀର୍ଷ ସ୍ଥାନ ଅଧିକାର କରି ମହାବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି। ହୁମ୍ମା ପଞ୍ଚାୟତର ବାବୁଲା ସେନାପତି ଏବଂ ସୁନୀତା ସେନାପତିଙ୍କ କନ୍ୟା ହୁମ୍ମା ଏସ.ନ ଟ୍ୟୁଟୋରିଆଲ ଶିକ୍ଷା ଗ୍ରହଣ କରୁଥିଲେ । ଲିପ୍ସାଙ୍କ ଏହି ସଫଳତା ତାଙ୍କର ଅକ୍ଳାନ୍ତ ପରିଶ୍ରମ ଓ ନିଷ୍ଠାର ଫଳ ବୋଲି ମହାବିଦ୍ୟାଳୟର ଅଧ୍ୟାପକ ଓ ଅଭିଭାବକ ମାନେ ମତ ଦେଇଛନ୍ତି।ପରୀକ୍ଷାରେ ଲିପ୍ସା ବିଜ୍ଞାନ ବିଭାଗରେ ସର୍ବାଧିକ ୪୫୨ (୭୫.୩୩%) ନମ୍ବର ରଖି ପ୍ରଥମ ସ୍ଥାନ ହାସଲ କରିଛନ୍ତି। ତାଙ୍କର ଏହି ଉଲ୍ଲେଖନୀୟ ପ୍ରଦର୍ଶନ ମହାବିଦ୍ୟାଳୟର ଶିକ୍ଷାର ଗୁଣବତ୍ତାକୁ ପ୍ରତିଫଳିତ କରୁଛି। ଲିପ୍ସାଙ୍କ ସଫଳତା ପାଇଁ ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ଅଧ୍ୟାପକମାନେ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ଭବିଷ୍ୟତ ପାଇଁ ଶୁଭେଚ୍ଛା ଦେଇଛନ୍ତି।ଲିପ୍ସା କହିଛନ୍ତି, ମୋର ଏହି ସଫଳତା ମୋ ମହାବିଦ୍ୟାଳୟ ଶିକ୍ଷକ, ପରିବାର ଏବଂ ହୁମ୍ମା ଏସ.ନ ଟ୍ୟୁଟୋରିଆଲ ମୁଖ୍ୟ ତଥା ଗଣିତ ଶିକ୍ଷକ ଜୟରାମ ସାହୁ ସାର୍ ଙ୍କ ସମର୍ଥନ ବିନା ସମ୍ଭବ ହୋଇନଥାନ୍ତା। ମୁଁ ଆଗକୁ ମଧ୍ୟ ନିଜର ଲକ୍ଷ୍ୟ ହାସଲ ପାଇଁ କଠିନ ପରିଶ୍ରମ ଜାରି ରଖିବି। ତାଙ୍କ ଏହି ସଫଳତା ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଛାର ସୁଅ ଛୁଟିଛି ।

Leave a Reply

Your email address will not be published. Required fields are marked *