ସି ବି ଏସ ସି ସହୋଦୟ ପରିବାର ତରଫରୁ ଦଶମ ଓ ଏକାଦଶ ଶ୍ରେଣୀ ଟପ୍ପରଙ୍କ ସମ୍ୱର୍ଦ୍ଧନା ଉତ୍ସବ

କଟକ: କଟକ ବାରବାଟି ଷ୍ଟାଡିୟମ୍ ସ୍ଥିତ ଓ.ସି.ଏ କନ୍ଫରେନ୍ସ୍ ହଲରେ ସହୋଦୟ ପରିବାର ତରଫରୁ ଚଳିତ ବର୍ଷର ଦଶମ ଓ ଏକାଦଶ ଶ୍ରେଣୀର ଟପ୍ପର ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ ସହୋଦୟ ପରିବାରର ଅଧ୍ଯକ୍ଷ ଡ଼.ପ୍ରିୟଦର୍ଶୀ ନାୟକ,ସଭାପତି ଡ଼ .ପ୍ରଦୀପ ତ୍ରିପାଠୀ, ଉପସଭାପତି ଶ୍ରୀମତୀ ଦେବସ୍ମିତା ସାହୁ, ସମ୍ପାଦକ ଅଭିରାମ ସାହୁ, ଯୁଗ୍ମ ସମ୍ପାଦକ ଯାଜ୍ଞେଶ୍ବର ବୋରା,କୋଷାଧ୍ଯକ୍ଷ ଶ୍ରୀ କଳ୍ପତରୁ ସାହୁ, ଏବଂ ସଭ୍ୟା ଡ଼ ଜୟନ୍ତୀ ମିଶ୍ର ସହୋଦୟ ପରିବାର ସହିତ ତିରିଶଟି ବିଦ୍ୟାଳୟ ର ଦଶମ ଓ ଦ୍ବାଦଶ ଶ୍ରେଣୀ ର ୧୦୦ରୁ ଅଧିକ ଟପ୍ସର ଛାତ୍ର ଛାତ୍ରୀ,ସେମାନଙ୍କ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଅଭିଭାବକଙ୍କ ଭବ୍ୟ ଉପସ୍ଥିତିରେ ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାରେ ସଭାପତିତ୍ୱ କରିଥିଲେ ଶ୍ରୀ ଅଭିରାମ ସାହୁ I ଶିକ୍ଷକ ଶିକ୍ଷୟିତ୍ରୀ ତଥା ଅଭିଭାବକ ମାନେ ସେମାନଙ୍କର ଆଶୀର୍ବଚନ ପ୍ରଦାନ କରିବା ପରେ ସହୋଦୟ ପରିବାର ତରଫରୁ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା Iଶେଷରେ ସାହୋଦୟ ର ଅଧ୍ଯକ୍ଷ ଡ଼ ପ୍ରିୟଦର୍ଶୀ ନାୟ ୟକ ତାଙ୍କ ଅଭିଭାଷଣରେ ଛାତ୍ର ଛାତ୍ରୀ ମାନଙ୍କ ଉନ୍ନ‌ତ ଭବିଷ୍ୟତ ର କାମନା କରିବା ସହିତ ସେମାନଙ୍କ ନିଷ୍ଠା ଆଉ ଏକାଗ୍ରତା ସେମାନଙ୍କୁ ସଫଳତା ର ଶୀର୍ଷରେ ପହଞ୍ଚାଇବ ବୋଲି କହିଥିଲେ।ଏହି ସମ୍ୱର୍ଦ୍ଧନା ଉତ୍ସବର ଆୟୋଜନ ବାରବାଟି ଷ୍ଟାଡିୟମ୍ ସ୍ଥିତ ସେଣ୍ଟ ଜାଭିୟସ ୟର୍ସ ଉଚ୍ଚ ବିଦ୍ୟାଳୟ ଦ୍ବାରା କରାଯାଇଥିଲା I

Leave a Reply

Your email address will not be published. Required fields are marked *