ବଡଚଣା ରୁ ଚୋରୀ ବାଇକ ଝାଡ଼ଖଣ୍ଡ ରୁ ଉଦ୍ଧାର 

ଚଣ୍ଡିଖୋଲ ୭/୫(କ ବ୍ୟୁ) ଗତ ହୋଲି ଦିନ ବଡଚଣା ଥାନା ଅନ୍ତର୍ଗତ ଦେଉଳକୁର ଗ୍ରାମର ଅକ୍ଷୟ କୁମାର ବେହେରା ଙ୍କ ଏକ ହଣ୍ଡା ବାଇକ ନମ୍ୱର୍ ଓ ଡି ୦୪ଆର ୫୭୦୫ଟି ଚୋରୀ ହୋଇଥଲା। ଏ ସମ୍ପର୍କରେ ଅକ୍ଷୟ ବେହେରା ବଡଚଣା ଥାନରେ ଅଭିଯୋଗ କରିଥିଲେ।ବଡଚଣା ପୋଲିସ କେସ ନମ୍ବର ୮୭/୨୫ରେ କେସ ରୁଜ୍ଜୁ କରି ତଦନ୍ତ ଚଳାଇଥିଲେ। ବିଶେଷ ସୂତ୍ରରୁ ଖବର ପାଇ ବଡଚଣା ଥାନା ଅଧିକାରୀ ମଧୁସ୍ମିତା ବେହେରା ନିର୍ଦେଶ କ୍ରମେ ବଡଚଣା ଥାନା ଏ ଏସ ଆଇ, ରାଜେନ୍ଦ୍ର ଭୋଇ ଓ କନେଷ୍ଟବଳ ସନ୍ତୋଷ କୁମାର ରାଉତ ଝାଡ଼ଖଣ୍ଡ ରୁ ଉଦ୍ଧାରକରି ଥିଲେ। ଆଜି ବଡଚଣା ପୋଲିସ ବାଇକ ମାଲିକ ଅକ୍ଷୟ କୁମାର ବେହେରା ଙ୍କୁ ବାଇକ ର ଚାବି ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *