
ଛତ୍ରପୁର : ୦୩.୦୫.୨୫
(ମିଥୁନ ବାରିକ୍)
ଛତ୍ରପୁର: ଛତ୍ରପୁର ସ୍ଥିତ ସ୍ଥାନୀୟ ସରସ୍ବତୀ ଶିଶୁବିଦ୍ୟାମନ୍ଦିର ଛାତ୍ର ସୁରଜ କୁମାର ଗୌଡ ସଦ୍ୟତମ ପ୍ରକାଶିତ ଦଶମ ଶ୍ରେଣୀର ବାର୍ଷିକ ବୋର୍ଡ ପରୀକ୍ଷାରେ ୫୬୭ ନମ୍ବର (୯୪.୫%)ରଖି ଛତ୍ରପୁର ବିଦ୍ୟାଳୟର ଟପ୍ପର ହୋଇଛନ୍ତି। ସେହିପରି ବିଦ୍ୟାଳୟର ମୋଟ ୧୦୮ ଜଣଙ୍କ ମଧ୍ଯରୁ A1 ୫ଜଣ,A2 ୧୪ଜଣ,B1 ୩୩ ଜଣ, B2 ୩୦ଜଣ, C ୧୯,ଓ D ୦୭ ଜଣ ଏହିପରି ୧୦୦% ରେଜଲ୍ଟ ହୋଇଛି। ଏହି ଅବସସରରେ A1 ପାଇଥିବା ୫ଜଣ ଶିଶୁଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ସମ୍ବର୍ଦ୍ଧନା ଉତ୍ସବରେ ଅନୁଷ୍ଠାନର ପ୍ରଧାନାଚାର୍ଯ ରବୀନ୍ଦ୍ରନାଥ ଦାଶ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ କରିଥିଲେ । ପରିଚାଳନା ସମିତର ଉପସଭାପତି ଗୀତା ପାଢୀ ସଭାପତିତ୍ୱ କରିଥିବାବେଳେ ସମ୍ପାଦକ ସନ୍ତୋଷ କୁମାର ସାହୁ, ସଦ୍ୟସା ସୁନୀତା ସେଠୀ , ସତ୍ୟସ୍ୟ ରାମ ପ୍ରସାଦ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ବରିଷ୍ଠ ଆଚ଼ାର୍ଯ୍ୟ ସୁରେଶ କୁମାର ଆଚ଼ରୀ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ ।