


ଛତ୍ରପୁର : ୦୫.୫.୨୫
(ମିଥୁନ ବାରିକ୍)
ଛତ୍ରପୁର : ଗଞ୍ଜାମ ଜିଲ୍ଲା ର ହୁମ୍ମା ଠାରୁ ପୁରୁଷତମପୁର ମୁଖ୍ୟ ରାସ୍ତା ମଝିରେ ଖାଲ । ଗଂଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ପଞ୍ଚାୟତ ବୋରିଗାଁ ଏବଂ ମଲାଡ ପଞ୍ଚାୟତ ର ପଣିବନ୍ଧ ଗ୍ରାମରେ ନିକଟରେ ଗାତ ସୃଷ୍ଟି ହୋଇଥିବାରୁ ଏହି ରାସ୍ତାରେ ସକାଳ ହେଲେ ସହ ସହ ଯାନ ବାହାନ ଦୁର୍ଘଟଣାର ସମ୍ଭୁଖିନ ହେଉଛନ୍ତ। ରାସ୍ତା ମଝିରେ ଥିବା ଏହି ଗାତ ବୁଲାଣିରେ ରହିଥିବାରୁ ରାସ୍ତାରେ ସତର୍କ ନହେଲେ ଦୁର୍ଘଟଣା ଘଟିବା ସୁନିଶ୍ଚିତ ହୋଇପଡିଛି । ବର୍ଷା ହେଲେ ଏହି ରାସ୍ତା ରେ ଗାଡ଼ି ଅପେକ୍ଷା ଜନସାଧାରଣ ଚାଲି ଚାଲି ଯିବା କୁ ମଧ୍ୟ ଅସୁବିଧା ହେଉଅଛି । ବୃଦ୍ଧା ଓ ବୃଦ୍ଧି ଏବଂ ସ୍କୁଲ ଓ କଲେଜ ଛାତ୍ର ଛାତ୍ରୀ ମାନେ ପ୍ରତିଦିନ ଏହି ରାସ୍ତାରେ ଯିବା ଆସିବା କରୁଛନ୍ତି ହେଲେ ଏହି ରାସ୍ତା ରେ ଖାଲ ହୋଇ ଗୁଡ଼ି ଓ ପଥର ଜମି ରହିଥାଏ ଯାହା ଫଳରେ ଦୁର୍ଘଟଣା ଘଟିବା ସୁନିଶ୍ଚିତ ହୋଇଥାଏ । ଅନ୍ୟପଟେ (PWD) ଏହାର କାମ ଉପରେ ଗୁରୁତ୍ୱ ଦେଉନଥିବା ଅଭିଯୋଗ ହୋଇଛି । ଗତ କାଲି ବୋରିଗାଁ ରାସ୍ତାରେ ଜଣେ ଯୁବକ ସନ୍ଧ୍ୟା ବେଳେ ବାଇକ୍ ରେ ଆସୁଥିବା ବେଳେ ହଠାତ୍ ରାସ୍ତା ଦେଖି ବ୍ରେକ ମାରିବା ପରେ ଗାଡ଼ି ଟି ଖସି ଖସି କିଛି ଦୂରରେ ପଡ଼ି ଯାଇଥିଲେ ଯାହା ଫଳରେ ଯୁବକ ଙ୍କୁ ଆହତ ହୋଇଥିବା ଅଭିଯୋଗ ହୋଇଛି । ସେହି ପରି ପଣିବନ୍ଧ ଗ୍ରାମକୁ ଆସିଲା ବେଳେ ମୁଖ୍ୟ ରାସ୍ତାରେ ଖାଲ ହୋଇ ପିଚୁ ବାହାରି ଗୁଡ଼ି ପଡ଼ିଥିବା ଦେଖିବାକୁ ମିଳିଛି । ସେହି ରାସ୍ତାରେ ପାଣି ଜମି ରହିଥିବାରୁ ଲୋକମାନେ ନାହିଁ ନଥିବାର ହଇରାଣ ହେବାକୁ ପଡୁଛି । ଦିର୍ଘ ଦିନହେଲା ଏହାର ମରାମତି ହୋଉ ନାହିଁ । ବର୍ଷା ହେଲେ ଏହି ଗାତରେ ପାଣି ଭର୍ତ୍ତି ହୋଇ ଗାତ ଥିବା ଜଣା ପଡିନଥାଏ ।ଏହି ରାସ୍ତା ଦେଇ ଯାଉଥିବା ଲୋକେ ଦୁର୍ଘଟଣାର ଶିକାର ହେଉଥିବାରୁ ଏହାର ମରାମତି ଜରୁରୀ ହୋଇପଡିଛି । ଏହି ରାସ୍ତାରେ ମୋଟ ୪ ରୁ ୫ ଜଣ ଆହତ ହୋଇଥିବା ଜଣାପଡିଛି। ତାହା ସହିତ ରାସ୍ତା ଉଭୟ ପାର୍ଶ୍ଵ ରେ କୌଣସି ବିପଦପୂର୍ଣ୍ଣ ସାଙ୍କେତିକ ଫଳକ ନାହିଁ ଯାହା ଫଳରେ ଦ୍ରୁତ ଗତିରେ ଯାନ ବାହନ ଚଳାଚଳ ହେଉଛି l ଏଣୁ ବିଭାଗୀୟ କର୍ତ୍ତୃପକ୍ଷ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ଅଞ୍ଚଳ ବାସୀ ଦାବି କରିଛନ୍ତି l