
ଛତ୍ରପୁର : ୦୫.୦୫.୨୫
(ମିଥୁନ ବାରିକ୍)
ଛତ୍ରପୁର : ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ କାର୍ଯ୍ୟରତ ଥିବା ବରିଷ୍ଠ ଫାର୍ମାସିଷ୍ଟ ନୌକେଶ ପାତ୍ର ଆଜି ଅବସର ଗ୍ରହଣ କରିଛନ୍ତି l ଏହି ଅବସର ଗ୍ରହଣ ଦିନ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟର ବୈଠକ ଗୃହରେ ମେଡ଼ିକାଲର ଅଧିକ୍ଷକ ଡ଼ା. ସୁଦର୍ଶନ ସାହୁ ଙ୍କ ପୌରହିତ୍ୟରେ ଆୟୋଜିତ ବିଦାୟୀକାଳୀନ ସମର୍ଦ୍ଧନା କାର୍ଯ୍ୟକ୍ରମରେ ସମସ୍ତ ଡାକ୍ତର, କର୍ମଚାରୀଙ୍କ ସମେତ ୧୫୦ ରୁ ଅଧିକ ଜନସାଧାରଣ ଉପସ୍ଥିତ ଥିଲେ l ସେ ନିଜର ଚାକିରୀ ଜୀବନ ୧୯୮୮ ରୁ ଆରମ୍ଭ କରି ୩୦ ଏପ୍ରିଲ ୨୦୨୫ ଦୀର୍ଘ ୩୭ ବର୍ଷ ଧରି ଶ୍ରୀ ନୌକେସ ପାତ୍ର ସରକାରୀ ସ୍ବାସ୍ଥ୍ୟ ସେବାରେ ନିଜକୁ ନିୟୋଜିତ କରିଥିଲେ l ଏହା ସହିତ ସମସ୍ତଙ୍କ ପ୍ରିୟ ଭାଜନ ହୋଇପାରିଥିଲେ l ଆଜି ଅବସର ଗ୍ରହଣ ଦିନରେ ସେ ଯଦିଓ ଆମ ସାଙ୍ଗରୁ ବିଦାୟ ନେବେ କିନ୍ତୁ ତାଙ୍କ ପ୍ରତି ଆମର ଅତ୍ୟୁଟ ସ୍ନେହ ରହିବ ବୋଲି ମତ ପ୍ରକାଶ କରିଥିଲେ ଉପସ୍ଥିତ ଅଧିକାରୀ ,ଡ଼ାକ୍ତର ଓ କର୍ମଚାରୀମାନେ l ତତ୍ ସଙ୍ଗେ ସଙ୍ଗେ ତାଙ୍କର ଦୀର୍ଘାୟୁ କାମନା କରିବା ସହ ଅବସରକାଳୀନ ଜୀବନ ଆନନ୍ଦରେ ଅତିବାହିତ ହେବ ବୋଲି କାମନା କରିଥିଲେ l ସେ ପୁର୍ବରୁ କଳାହାଣ୍ଡି, ଫୁଲବାଣୀ, ନୂଆପଡ଼ା ଜିଲ୍ଲାରେ ବହୁ ବର୍ଷ ଧରି ଲୋକଙ୍କୁ ସେବା ପ୍ରଦାନ କରି ପ୍ରୀୟଭାଜନ ହୋଇଥିଲେ, ଯାହା ବୟାନ କରୁଛି, ସେ ଅଞ୍ଚଳର ଲୋକେ ଆଜି ଝୁରୁଛନ୍ତି ଶ୍ରୀ ପାତ୍ର ଙ୍କ ସେବା ସହ ନିଜର ବ୍ୟବହାରକୁ l