ବିଧବା ବୃଦ୍ଧ ମହିଳାଙ୍କୁ ବିଦ୍ୟୁତ ବିଭାଗର ଜୁଲମ୍ ବିଦ୍ୟୁତ୍ ବିଲ୍ ପଇଠ କଲାପରେ ବି ଘରେ କାଟିଲେ ବିଦ୍ୟୁତ୍ ।

ଛତ୍ରପୁର : ୨୫.୦୪.୨୫

(ମିଥୁନ ବାରିକ୍)

ଛତ୍ରପୁର : ଗଞ୍ଜାମ ବ୍ଲକ ଅନ୍ତର୍ଗତ ରାମଗଡ଼ ପଞ୍ଚାୟତ ଅଧିନସ୍ଥ ତଥା ଗଞ୍ଜାମ ବିଦ୍ୟୁତ ଡିଭିଜନ ଅଂଚଳ ପାଲୁର ଗ୍ରାମର ବିଧବା ଭିନ କ୍ଷମ ବୃଦ୍ଧା ମହିଳାଙ୍କ ଘରେ ଜୋରଜବରଦସ୍ତ ବିଦ୍ୟୁତ ବିଭାଗର କର୍ମଚାରୀମାନେ ବିଦ୍ୟୁତ କାଟ କରିଥିବା ନେଇ ଅଭିଯୋଗ ହୋଇଛି ।ଅଭିଯୋଗକାରୀ ଜଣଙ୍କ ହେଲେ ଭିନ୍ନ କ୍ଷମ ଓ ବିଧବା ବୃଦ୍ଧା ମହିଳା କୁମାରୀ ବେହେରା(୬୮) । କୁମାରୀ ବେହେରାଙ୍କ ଗୋଟିଏ ହାତ ଅଛି । ବିଦ୍ୟୁତ ଆଘାତ ଯୋଗୁଁ ଅନ୍ୟ ହାତଟିକୁ କଟା ଯାଇଥିଲା । ଏହି ମହିଳା ଜଣଙ୍କ ହୁମ୍ମା ହାଟରୁ ଶୁଖୁଆ ସଂଗ୍ରହ କରି ଯାହା ରୋଜଗାର କରି ପରିବାର ପ୍ରତିପୋଷଣ କରିଥାଏ ।କୁମାରୀ ଅଶିକ୍ଷିତ ହେବା ସହ ପଢ଼ା ଲେଖା ଜାଣି ନଥବାରୁ ଏହାର ଫାଇଦା ଉଠାଇ ବିଦ୍ୟୁତ ବିଭାଗର କର୍ମଚାରୀମାନେ ଠକି ଦେଇଥିବା ନେଇ ସେ ଅଭିଯୋଗ କରିଛନ୍ତି କୁମାରୀ । କୁମାରୀଙ୍କ ମିଟରରେ ପ୍ରତି ମାସ ଯାହା ବିଲ୍ ଆସେ ସେହି ମାସର ବିଲ୍ ସହ କିଛି ପୂର୍ବ ବକେୟା ଟଙ୍କା ଅଗ୍ରୀମ ଆକାରରେ ଦେଇ ପରିଶୋଧ କରିଆସୁଥାଏ । ଗତ ଫେବୃଆରୀ ମାସରେ ପାଖାପାଖି ୯୦ ଟଙ୍କା ବିଲ୍ ଆସଥିଲା । କିନ୍ତୁ ସେ ୧୦୦ ଟଙ୍କା ଦେଇ ବିଲ୍ ଟଙ୍କା ବାନ୍ଧିଥିଲେ । କିନ୍ତୁ ବିଦ୍ୟୁତ ବିଲ୍ ୨୦ ହଜାରରୁ ଉର୍ଦ୍ଧ୍ବ ଟଙ୍କା ହୋଇଯାଇଥିବା ନେଇ ସେ ପରେ ଜାଣି ପାରିବାକୁ ପାଇଥିଲେ ।ଏହାପରେ ସେ କଲେକ୍ସନ ଦାୟିତ୍ୱରେ ଥିବା କର୍ମଚାରୀଙ୍କ ସହ ଯୁକ୍ତିତର୍କ କରିଥିଲେ । ବୃଦ୍ଧା ଉପଭୋକ୍ତା ପ୍ରତିମାସରେ ବିଲ୍ ବାନ୍ଧି ଆସୁଥିବାରୁ ବକେୟା ଟଙ୍କା ୨୦ ହଜାର ଟଙ୍କା କେମିତି ଆସିଲା ବୋଲି ସେ ବିଭାଗୀୟ କର୍ମଚାରୀମାନଙ୍କୁ ପ୍ରଶ୍ନ କରିଥିଲେ ।ଏହାପରେ ସେ ଠକାମୀର ଶିକାର ହୋଇଥିବା ନେଇ ଜାଣିବାକୁ ପାଇଥିଲେ । ଅଧିକ ଯୁକ୍ତିତର୍କ ପରେ ବିଦ୍ୟୁତ ବିଭାଗର କର୍ମଚାରୀମାନେ ଆସି କୁମାରୀ ଘରେ ନଥିବାର ସୁଯୋଗ ନେଇ ବିଦ୍ୟୁତ କାଟ କରିଥିଲେ । ପ୍ରତି ମାସରେ ମିଟର ରିଡର ପ୍ରଶାନ୍ତ କୁମାର ନାୟକଙ୍କୁ ଟଙ୍କା ବାନ୍ଧୁଥିବା ନେଇ କୁମାରୀ ଅଭିଯୋଗ କରିଛନ୍ତି ।ଗଞ୍ଜାମ ଜିଲ୍ଲାପାଳ ଓ ବିଦ୍ୟୁତ ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ଏହାର ତଦନ୍ତ କରିବା ପାଇଁ ପାଇଁ ଦାବି କରିଛନ୍ତି କୁମାରୀ ।

Leave a Reply

Your email address will not be published. Required fields are marked *