ରମ୍ଭା କ୍ରିକେଟ କପ ସିଜନ -୦୩ଦ୍ୱିତୀୟ ଦିନରେ ରମ୍ଭା ବ୍ଲାଷ୍ଟର ସହ ଅକ୍ସଫୋର୍ଡ ବ୍ରହ୍ମପୁର ବିଜୟୀ l

ଛତ୍ରପୁର : ୨୪.୦୪.୨୫

(ମିଥୁନ ବାରିକ୍)

ଛତ୍ରପୁର: ରମ୍ଭା ହାଇସ୍କୁଲ ମିନି ଷ୍ଟାଡିୟମ ପରିସରରେ ରମ୍ଭା କ୍ରିକେଟ କପ ସିଜନ -୦୩ ର ପ୍ରଥମ ଦିନରେ ଆଇ. ସି. ସି. ଇଚ୍ଛାପୁର ସହ ଲିଡସ ସ୍ପୋର୍ଟିଂ ବ୍ରହ୍ମପୁର ମେଚ ହୋଇଥିବା ବେଳେ ଇଚ୍ଛାପୁର ୨୦ ଓଭର ୨୭୦ ରନରେ ୭ ବିକେଟ ବିଜେତା ହୋଇଥିଲେ l ଏଥିରେ ବି. ସାତ୍ଵିକ ୨୮ ବଲରେ ୫୭ ରନ ଏବଂ କେ. ପ୍ରକାଶ ୧୮ ବଲରେ ୫୬ ରନ ୪ ୱିକେଟରେ ମେନ ଅଫ ଦି ମେଚ ପାଇଥିଲେ l ଲିଡସ ସ୍ପୋର୍ଟିଂ କ୍ଲଵ ବ୍ରହ୍ମପୁର ୧୭ ଓଭରରେ ୧ ବଲ ୧୬୮ ରନ କରି ପରlସ୍ତ ହୋଇଥିଲେ l ଦ୍ୱିତୀୟ ଦିନରେ ରମ୍ଭା ବ୍ଲାଷ୍ଟର ସହ ଆକ୍ସଫୋର୍ଡ ବ୍ରହ୍ମପୁର ମେଚ ହୋଇଥିଲା l ଏଥିରେ ରତିକାନ୍ତ ନାୟକ ୨୩ ବଲରେ ୩୫ ରନ ଏବଂ ଗୌରୀ ଶଙ୍କର ଦାସ ୨. ୧ ଓଭର ୪ ବଲ ୨୨ ରନରେ ୪ ବିକେଟ କରିଥିଲେ l ରୁଦ୍ର ପ୍ରତାପ ବେହେରା ୩ ଓଭର ୧୯ ରନରେ ୨ ବିକେଟ ନେଇଥିବା ବେଳେ ଗଣେଷ ହୋତା ୧୭ ବଲରେ ୩୬ ରନ କରି ମେନ ଅଫ ଡ଼ି ମେଚ ଟ୍ରଫି ହାସଲ କରିଥିଲେ l କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବିଦ୍ୟୁତ ବିଭାଗ ଜୁନିଅର ଇଞ୍ଜିନିଅର ରାଜେଶ ପାଳ ପୁରସ୍କାର ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମକୁ ରମ୍ଭା କ୍ରିକେଟ କପ ଟୁର୍ନାମେଣ୍ଟ କମିଟି ସଭାପତି ଟି. ବାପୁଜୀ ସୁବୁଦ୍ଧି ଓ କ୍ରିକେଟ କ୍ଲବ ସଭାପତି ସିମାଞ୍ଚଳ ବାଡତ୍ୟା ଏବଂ ସମ୍ପାଦକ ବିବେକାନନ୍ଦ ପଟ୍ଟନାୟକ ପରିଚାଳନା କରିଥିଲେ lଏଥିରେ ଏମ୍ପାୟାର ଓଡିଶା କ୍ରିକେଟ ସଂଘର ଚୂଡ଼ାମଣୀ ପାଢ଼ୀ ଓ ରଜନୀକାନ୍ତ ରେଡ୍ଡୀ ସହ ଖେଳ ଉପସ୍ଥାପନାରେ ସ୍କୋରର ସତ୍ୟନାରାୟଣ ପରିଡା, ମହେଶ କୁମାର ମୁନ୍ଦ୍ରା, ଶ୍ରୀକାନ୍ତ ନାହାକ, ସନ୍ତୋଷ ନାହାକ କରିଥିଲେ l କାର୍ଯ୍ୟକ୍ରମକୁ ହାପି, ହିମାଂଶୁ, ସନ୍ଦୀପ, ଶୁଭଙ୍କର, ପ୍ରଫୁଲ୍ଲ ସମେତ ରମ୍ଭା କ୍ରିକେଟ କ୍ଲବର ସମସ୍ତ ସଦସ୍ୟ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *