
ବାରିପଦା,ଉଦଳା(କ: ବ୍ଯୁ) ୨୩/୦୪/୨୫- ଜାମ୍ମୁ କାଶ୍ମୀର ର ପହଲଗାମରେ ହୋଇଥିବା ଆତଙ୍କୀ ହମଲାକୁ ନେଇ ସାରା ଦେଶ ସ୍ତବ୍ଧ। ଏଭଳି ଏକ ବର୍ବରଚିତ ହମଲା କୁ ଦୃଢ଼ ନିନ୍ଦା କରିଛି ଉଦଳା ୟୁନିକ ପ୍ରେସ କ୍ଲବ। ଯାହାକୁ ନେଇ ଆଜି ଉଦଳା ୟୁନିକ ପ୍ରେସ କ୍ଳବର ସଦସ୍ୟଙ୍କ ସମେତ ସ୍ଥାନୀୟ ବାସିନ୍ଦାମାନେ ଏକତ୍ରିତ ହୋଇ ଏକ ନିରବ କ୍ୟାଣ୍ଡେଲ ଶୋଭାଯାତ୍ରା କରି ଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି। ଉଦଳା ବସଷ୍ଟାଣ୍ଡ ଜଗଦ୍ଧାତ୍ରୀ ମନ୍ଦିର ନିକଟରୁ ନିରବ କ୍ୟାଣ୍ଡେଲ ଶୋଭାଯାତ୍ରାରେ ବାହାରି ବଜାର ପରିକ୍ରମା କରିବା ପରେ ସ୍ଥାନୀୟ ହନୁମାନ ମନ୍ଦିରରେ ପହଞ୍ଚିଥିଲେ। ସେଠାରେ ମୃତକ ପରିବାର ପ୍ରତି ସମବେଦନା ସହିତ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ପାଇଁ କ୍ୟାଣ୍ଡେଲ ଜାଳିବା ସହିତ ନିରବ ପ୍ରାର୍ଥନା କରିଥିଲେ। ଭାରତ ସରକାର ଏହି ଘଟଣା କୁ ସମ୍ବେଦନଶୀଳ ଭାବେ ଗ୍ରହଣ କରି ଚିହ୍ନଟ ଆତଙ୍କୀ ମାନଙ୍କୁ ତୁରନ୍ତ ମାରି ଦେବା ସହିତ ଆଉ ଏକ ସର୍ଜିକାଲ ଷ୍ଟ୍ରାଇକ ଜରୁରୀ ବୋଲି ମତ ଦେଇଥିଲେ ସଦସ୍ୟ। ଏହା ବ୍ୟତୀତ ଇଟା ର ଜବାବ ପଥରରେ ଦେବା ଜରୁରୀ ବୋଲି କହିଛନ୍ତି ଉଦଳା ୟୁନିକ ପ୍ରେସ କ୍ଳବର ସଭାପତି ଦୀନବନ୍ଧୁ ବାରିକ। ଏହି ନିରବ କ୍ୟାଣ୍ଡେଲ ଶୋଭାଯାତ୍ରାରେ ୟୁନିକ ପ୍ରେସ କ୍ଳବ ଉପସଭାପତି କୃଷ୍ଣଚୈତନ୍ୟ ସଦୁଆଳ, ସମ୍ପାଦକ ଦିଲ୍ଲୀପ କଲିଆ, ସହ ସମ୍ପାଦକ ମାନସ ପାଣି, କୋଷାଧକ୍ଷ ଶଶିକାନ୍ତ ମିଶ୍ର, ବରିଷ୍ଠ ଉପଦେଷ୍ଟା ସନ୍ତୋଷ କୁମାର ବାଛିନି,ଅଭିଜିତ ବିଶ୍ୱାଳ, ସନ୍ତୋଷ ଶତପଥୀ, ଯଶୋବନ୍ତ ପରିଦର୍ଶନ, ଶ୍ୱେତ ସୁନ୍ଦର ମଲ୍ଲିକ, ଆଲୋକ ବେହେରା, ତପନ ସେଠି, ଦୀପକ ପାଣିଗ୍ରାହୀ, ବସନ୍ତ ବେହେରା, ଦେବଦତ୍ତ ଦାସ,ଭଞ୍ଜସେନା ଉପଖଣ୍ଡ ସଭାପତି ରାକେଶ ପଣ୍ଡା,ସିଦ୍ଧେଶ୍ୱର ଭଞ୍ଜବାବୁ, ମାନସ ମହାନ୍ତି, ଚନ୍ଦନ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ମୃତକଙ୍କ ପରିବାରକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଇତି।
ଦୀନବନ୍ଧୁ ବାରିକ
(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)