ବିଡିଓଙ୍କୁ ଭେଟିଲେ ବଟେଶ୍ୱର ମନ୍ଦିର କମିଟି ପ୍ରତିନିଧି ଦଳ

ଗଞ୍ଜାମ : ୨୨.୦୪.୨୫

(ମିଥୁନ ବାରିକ୍)

ଗଞ୍ଜାମ : ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ କଣ୍ଟିଆ ଗଡ଼ ଠାରେ ପ୍ରସିଦ୍ଧ ଐତିହାସିକ ବଟେଶ୍ୱର ଶୈବ ପୀଠର ଉର୍ନତି କରଣ ନିମନ୍ତେ ସୋମବାର ବଟେଶ୍ୱର ଐତିହ୍ୟ ସଂରକ୍ଷଣ କମିଟିର ଏକ ପାଞ୍ଚ ଜଣିଆ ପ୍ରତିନିଧି ଦଳ ବିଡ଼ିଓ ଅଚ୍ୟୁତାନନ୍ଦ ଯାନୀଙ୍କୁ ଭେଟି ମନ୍ଦିର ର ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି । ବିଶେଷ କରି ଏନଆରଇଜିଏସରେ ଆସୁଥିବା ଟଙ୍କାରେ କିଭଳି ଉନ୍ନତ ରାସ୍ତା ଘାଟ ନିର୍ମାଣ ହୋଇ ପାରିବ ସେନେଇ ବିଡ଼ିଓ ଙ୍କ ସହ ଆଲୋଚନା କରିଥିଲେ ମନ୍ଦିର କମିଟି ପ୍ରତିନିଧି ଦଳ l ବିଡ଼ିଓଙ୍କ ସହ ଆଲୋଚନା ବେଳେ କମିଟି ଉପଦେଷ୍ଟା ତଥା ପୂର୍ବତନ ସରପଞ୍ଚ ଦିଲ୍ଲୀପ କୁମାର ଛୋଟରାୟ, କାର୍ଯ୍ୟକାରୀ ସଭାପତି ଶିବ ପ୍ରସାଦ ସ୍ୱାଇଁ,ଉପସଭାପତି ଶବର କୁମାର ତରାଇ, ସମ୍ପାଦକ ରଞ୍ଜିତ ପଲାଇ,କୋଷାଧକ୍ଷ ନିରାକାର ଜେନା ପ୍ରମୁଖ ପାଞ୍ଚ ଜଣିଆ କମିଟି ଉପସ୍ଥିତ ରହି ମନ୍ଦିର ର ଉନ୍ନତି ଦିଗରେ ଆଲୋଚନା କରିଥିଲେ l

Leave a Reply

Your email address will not be published. Required fields are marked *