
ଗଞ୍ଜାମ : ୧୬.୦୪.୨୫
(ମିଥୁନ ବାରିକ୍)
ଗଞ୍ଜାମ: ଚିଲିକା ରାଣୀ ବସ୍ ମାଲିକ ଓ ଦକ୍ଷିଣାକାଳୀ ବସ୍ ମାଲିକ ମୁହାଁମୁହିଁ ।ଅଧିକ ଯାତ୍ରୀ ଉଠାଇବାକୁ ନେଇ ରମ୍ଭା ଜାତୀୟ ୧୬ ନମ୍ବର ରାଜପଥ ଉପରେ ବେପାରୁଆ ଗାଡ଼ି ଚାଳନା ଯୋଗୁଁ ଲୋକେ ଆତଙ୍କିତ ।ଦକ୍ଷିଣାକାଳୀ ବସ୍ ବାଲୁଗାଁ ରାସ୍ତା ଦେଇ ଆସୁଥିବାରୁ ଚିଲିକା ରାଣୀ ବସ୍ ମାଲିକ ଦକ୍ଷିଣାକାଳୀ ବସ୍ ମାଲିକଙ୍କୁ ଦାଦା ବଟି ମାଗୁଥିବା ନେଇ ଅଭିଯୋଗ ହୋଇଛି ।ଦୁଇ ଦିନ ପୂର୍ବେ ଦାଦା ବଟି ନଦେବାରୁ ଚିଲିକା ରାଣୀ ବସ୍ ମାଲିକ ୧୦ରୁ ଉର୍ଦ୍ଧ୍ବ ଭଡ଼ାଟିଆ ଗୁଣ୍ଡା ଜଗାଇ ଦକ୍ଷିଣାକାଳୀ ବସ୍ କୁ ଭଙ୍ଗାରୁଜା କରିବା ଧମକ ମିଳିବା ସହ ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ଆକ୍ରମଣ କରିବାକୁ ଧମକ ଦେଇଥିଲେ ।ଏନେଇ ଦକ୍ଷିଣାକାଳୀ ଡ୍ରାଇଭର ନିଜ ମାଲିକ ଅମରେଶ ପଲେଇଙ୍କୁ ଜଣାଇବା ପରେ ବାଣପୁର ଥାନାରେ ଅଭିଯୋଗ ହୋଇଥିଲା ।ଅଭଯୋଗ କ୍ରମେ ପୁଣି ଦୁଇ ମାଲିକ ଯାତ୍ରୀଙ୍କୁ ଉଠାଇବା ନିମନ୍ତେ ଥାନାରେ ବଚସା ହୋଇଥିଲା ।ଏମାନଙ୍କ ବଚସା ପରେ ଯାତ୍ରୀମାନେ ଘଣ୍ଟାଘଣ୍ଟା ଧରି ହଇରାଣ ହରକତ ହୋଇଥିଲେ ।
ସୂଚନାଥାଉକି ଚିଲିକା ରାଣୀ ବସ୍ ରଣପୁର ଠାରୁ ସକାଳ ୬ ଘଣ୍ଟା ୧୮ ମିନିଟ ଓ ଦକ୍ଷିଣାକାଳୀ ସକାଳ ୬ଘଣ୍ଟା ୪୦ ମିନିଟ ସମୟରେ ଛାଡିବା ପାଇଁ ସମୟ ଧାର୍ଯ୍ୟ ହୋଇଛି ।କିନ୍ତୁ ଚିଲିକା ରାଣୀ ବସ୍ ସମାୟାନୁବର୍ତ୍ତିତା ନହୋଇ ଦକ୍ଷିଣାକାଳୀ ବସ୍ ର ଯାତ୍ରୀଙ୍କୁ ଉଠାଇବା ପାଇଁ ଉଦ୍ୟମ କରି ଆସୁଛି ।ଯାହାଫଳରେ ଦୁଇ ବସ୍ ମାଲିକଙ୍କ ଝଗଡା ହେବା ଫଳରେ ଯାତ୍ରୀ ହନ୍ତସନ୍ତ ହେଉଥିବା ବେଳେ ଚିଲିକା ରାଣୀ ବସରେ ଆସୁଥିବା ରମ୍ଭାର ମହେଶ ବେହେରା ନାମକ ଏକ ଯାତ୍ରୀ ଅଭିଯୋଗ କରିଛନ୍ତି ।
ସକାଳ ସମୟରେ ଭୁବନେଶ୍ୱର-ଜହ୍ନିକୁଦା ଅଭିମୁଖେ ଯାଉଥିବା ଚିଲିକାରାଣୀ ବସ୍ (ଓଡ଼ି ୩୩ ଏ ପି ୯୨୬୬) ପାସେଞ୍ଜର ଉଠାଇବାକୁ ପର୍ମିଟ ନଥିବା ବେଳେ ଉକ୍ତ ବସଟି ପାସେଞ୍ଜର ଉଠାଉଥିବା ନେଇ ଅନ୍ୟ ବସ୍ ମାଲିକମାନେ ଅଭିଯୋଗ କରିଛନ୍ତି ।ଯାତ୍ରୀମାନଙ୍କୁ ଉଠାଇବାକୁ ନେଇ ରମ୍ଭା ଜାତୀୟ ୧୬ ନମ୍ବର ରାଜପଥ ଉପରେ ଦକ୍ଷିଣାକାଳୀ ବସକୁ କେନ୍ଦ୍ରକରି ଉକ୍ତ ମାଲିକର ଅନ୍ୟ ଏକ ଚିଲିକରାଣୀ ବସ୍ ବେପାରୁଆ ଭାବେ ଗାଡ଼ି ଚାଳନା କରୁଛି ।ଲୋକେ ଆତଙ୍କିତ ହେଉଛନ୍ତି ।୩ ମାସ ପୂର୍ବେ ଏଭଳି ବେପାରୁଆ ଗାଡ଼ି ଚାଳନା ଯୋଗୁଁ ଚିଲିକାରାଣୀ ବସ ଧକ୍କାରେ ପୋଡ଼ାଗଡ଼ ଗ୍ରାମର ୨ ଜଣ ବ୍ୟକ୍ତି ଦୃଘଟଣାର ଶିକାର ହୋଇ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି ।ମାଲିକଙ୍କ ପକ୍ଷରୁ କୌଣସି ସହାୟତା କରାଯାଇନାହିଁ ।ଦୁଘଟଣା ଘଟାଇଥିବା ନୂତନ ବସଟି ନମ୍ବର ବିହୀନ ଥିବାରୁ ଚାଲାକର ସହ ମାଲିକ ଜଣଙ୍କ ପୁରୁଣା ବସର ନମ୍ବର ପ୍ଲେଟ ଲଗାଇ ଥିବା ନେଇ ଆଲୋଚନା ବିଷୟ ହୋଇଥିଲା ।ସ୍ଥାନୀୟ ପୋଲିସ ପ୍ରଶାସନ ଏଭଳି ବେପାରୁଆ ଗାଡ଼ି ଚାଳନାକୁ ରୋକିବା ପାଇଁ ଦାବି ହେଉଛି ।