‌କ୍ରୀଡା ଓ ଯୁବସେବା

କ୍ରୀଡା ଯୁବସେବା ଦିବସ ପାଳନ
ମନରେ ହଉ ଆନନ୍ଦ
ମିଳିବ ସୁଯୋଗ ନବା କ୍ରୀଡା ଭାଗ
ଶୁଭ ହଉ ଏ ସମ୍ବାଦ।
କ୍ରୀଡ଼ାରେ ମୋ ଭୂଇଁ ଆଗୁଆ ହଉଛି
ଅଲମ୍ପିକ ଏସିଆ ନାଁ
ସୁନାମ କରିଛି ଆଣିଛି ପ୍ରଶଂସା
ଦେଶ ରାଜ୍ୟ ଗ୍ରାମର ନାଁ।
ଯୁବ ସେବା କର୍ମ ଦେଶ ପାଇଁ ଧର୍ମ
ଯଶଃ କୀର୍ତ୍ତୀ ତା ସୁନାମ
ଦେଶର ଗୈାରବ ପଡିଛି ପ୍ରଭାବ
ବଢ଼େ ଯୁବ କ୍ରୀଡା ଦାମ ।
ଜାଗ୍ରତ ମୋ ଭୂମି ଜାଗ୍ରତ ସନ୍ତାନ
ଜାଗ୍ରତ ମୋ ଦେଶବାସୀ
କ୍ରୀଡ଼ାସେବା ଭକ୍ତ ମନଯୋଗ କରି
ଆଣିଛି ଦେଶକୁ ଖୁସି।
ଦେଶର ଯୁବକ ଦେଶର ଆଲୋକ
ଅନ୍ଧକାର ଯିବ ଲୁଚି
କ୍ରୀଡାର ପ୍ରଗତି ସେବାର ଉନ୍ନତି
ପ୍ରମାଣ ମୋ ଦେଶ ପ୍ରୀତି ।

ମାନଗୋବିନ୍ଦ ସ୍ବାଇଁ


ଗୋଜାବନ୍ଧ ମହାକାଳପଡ଼ା
କେନ୍ଦ୍ରାପଡ଼ା

Leave a Reply

Your email address will not be published. Required fields are marked *