ମୁନିଙ୍ଗା ରପ୍ତାନି କୋଲନାରା FPO ର ବୃହତ୍ ସଫଳତା

ରାୟଗଡା :(କ :ପ୍ର )ରାୟଗଡ଼ା ଜିଲ୍ଲା କୋଲନାରା FPO(Farmer Producer Organization) କର୍ମଚାରୀ, ସେୟାର ହୋଲ୍ଡର ଏବଂ BOD, (Board of Directors)କୋଲନାରା ବ୍ଲକର ଅନ୍ୟ କର୍ମଚାରୀ, FPO(Farmer Producer Organization) ଭର୍ଟିକାଲ୍ ଟିମ୍ (ହର୍ଷ ଟ୍ରଷ୍ଟ) ଏବଂ DDM NABARD ସମସ୍ତେ ଖୁସି ଯେ କୋଲନାରା FPO (Farmer Producer Organization) ସିରିପୁର ଗ୍ରାମ ଚାଷୀ ଦାଶରଥୀ ସାରାକା, ଡାଲିସିଂ କାଡ୍ରାକା ଏବଂ ବଟୁକୁ କାଡ୍ରାକାଙ୍କ ଠାରୁ 150 କିଲୋଗ୍ରାମ ମୁନିଙ୍ଗା( ସଜନା ଛୁଇଁ ) ଦୁବାଇ (ଆନ୍ତର୍ଜାତୀୟ ବଜାର)କୁ ରପ୍ତାନି କରି ନିଜକୁ ପ୍ରମାଣିତ କରିଛି ଏବଂ ସଫଳତା ପାଇଛି। ଅନ୍ୟ ଚାଷୀମାନେ ମଧ୍ୟ ପାଲାଡିୟମ୍ ଟିମ୍ ସହାୟତାରେ ବିଦେଶକୁ ରପ୍ତାନି ପାଇଁ ସଜନା ଛୁଇଁ ଯୋଗାଇଥିଲେ। କୋଲନାରା FPO (Farmer Producer Organization) 2022 ରେ ଖେଦାପଡ଼ାରେ ପଞ୍ଜିକୃତ ହୋଇଥିଲା କିନ୍ତୁ ଏହା ବର୍ତ୍ତମାନ ଆଟ-ତାଣ୍ଡିପୁର ଗେଟ୍, ପଞ୍ଚାୟତ – ଦୁନ୍ଦୁଲି ବ୍ଲକ-କୋଲନାରା, ଜିଲ୍ଲା-ରାୟଗଡ଼ାରୁ କାର୍ଯ୍ୟ କରୁଛି । ଏହି ସଂଗଠନ ସହିତ ପ୍ରାୟ 410 ଜଣ ଚାଷୀ ଅଂଶୀଦାର ଭାବରେ ଯୋଗ ଦେଇଛନ୍ତି ଯେଉଁଠାରେ ସେମାନେ ଇନପୁଟ୍ ଏବଂ ଆଉଟପୁଟ୍ ଭଳି ସେବା ପାଉଛନ୍ତି।ଇନପୁଟ୍ ସେବା – ଧାନ ଏବଂ ପନିପରିବା ପରି ବିହନ।ଆଉଟପୁଟ୍ ସେବା – ଝାଡୁ କାଠି, ତେନ୍ତୁଳି, ସୀତାଫଳ, ପପେଇ, କାଜୁ ଇତ୍ୟାଦି।
କର୍ମଚାରୀ -ନିସିକା ବିସି (ସିଇଓ), କୁମୁଟି ସାରାକା (ଏଫ୍ପିଓ ପ୍ରଫେସନାଲ୍)। ହର୍ଷ ଟ୍ରଷ୍ଟ ଶ୍ରୀ ଅଚୁୟତ (ଟିମ୍ ଲିଡର), ସିକରପାଇ ଟିମ୍ ଙ୍କ ନେତୃତ୍ୱରେ। ରାୟଗଡା ରୁ ତପନ କାଡ୍ରାକା l

Leave a Reply

Your email address will not be published. Required fields are marked *