ଗାଙ୍ଗପୁର ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କୁ ସ୍ବାସ୍ଥ୍ୟ ପରୀକ୍ଷା ସହ ଚିକିତ୍ସା ।

ଛତ୍ରପୁର : ୦୧.୦୪.୨୫

(ମିଥୁନ ବାରିକ୍)

ଛତ୍ରପୁର : ଛତ୍ରପୁର ବ୍ଲକ୍ ଅଧିନସ୍ତ ଗଙ୍ଗାପୁର ପି ଏମ ଶ୍ରୀ ଗଙ୍ଗାପୁର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ସରକାରଙ୍କ ନିର୍ଦ୍ଧେଶ କ୍ରମେ ସ୍ବାସ୍ଥ୍ୟ ଶିବିର ଏବଂ ପ୍ରାଥମିକ ଚିକିତ୍ସା ତାଲିମ୍ ର ଆୟୋଜନ କରାଯାଇଥିଲା । ବିଦ୍ୟାଳୟ ର ଭାରପ୍ରାପ୍ତ ଅଧ୍ୟକ୍ଷା ସୁଶ୍ରୀ ଏନ୍ ଦିପାଞ୍ଜଳି ଚୌଧୁରୀ ଏବଂ ଅଞ୍ଚଳରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଅଧ୍ୟକ୍ଷ ଡାକ୍ତର ସ୍ଵାଧୀନ ରଥ ଙ୍କ ନେତୃତ୍ୱରେ ଏକ ଡ଼ାକ୍ତରୀ ଦଳ ପ୍ରଥମ ରୁ ଦଶମ ଶ୍ରେଣୀ ଅଧ୍ୟୟନ କରୁଥିବା ଛାତ୍ର ଛାତ୍ରୀ ଙ୍କୁ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ପ୍ରାଥମିକ ଚିକିତ୍ସା ଉପରେ ତାଲିମ୍ ପ୍ରଦାନ କରିଥିଲେ। ଡାକ୍ତର ସ୍ଵାଧୀନ ରଥ ଛାତ୍ର ଛାତ୍ରୀ ଙ୍କୁ ଜରୁରୀ କାଳୀନ ପରିସ୍ଥିତି ରେ କିଭଳି ମୁକାବିଲା କରାଯାଇପରିବ ସେହି ବିଷୟରେ ଆଲୋଚନା କରିଥିଲେ । ଏହି ସଚେତନ କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର
ଶିକ୍ଷକ ରବି ପରିଡ଼ା,ରାଜ କୁମାର ପ୍ରଧାନ,ଦିବାକର ସ୍ୱାଇଁ,ସେଶା ନନ୍ଦ ଷଡ଼ଙ୍ଗୀ,ରାମକୃଷ୍ଣ ଗୌଡ଼,ଭକ୍ତ ଚରଣ ବେହେରା,ନିଗମାନନ୍ଦ ଦେଓ,ହେମନ୍ତ କୁମାର ସୁବୁଦ୍ଧି, ସେହିଭଳି ଶିକ୍ଷୟତ୍ରୀ ଉର୍ମିଳା ପ୍ରଧାନ,ଝରଣା ପ୍ରଧାନ,ଯୋତ୍ରିମୟୀ ମହାରଣା, ଙ୍କ ସମେତ
ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *