
ଉତ୍କଳ ଦିବସ ଓଡ଼ିଶା ପ୍ରବେଶ
ଆଜି ତା ଜନ୍ମ ଦିନ
ଏକତ୍ର ଓଡ଼ିଆ ଦିବସ ପାଳୁଛି
ଗର୍ବେ କହେ ଭାଷା ଜ୍ଞାନ।
ଭାଷା ମୋ ଓଡ଼ିଆ କହେ ମୁ ବଢିଆ
ଉତ୍କଳ ମୋ ରାଜ୍ୟ ଦେଶ
ତାହାରି ସେବାରେ ମନ ପ୍ରାଣ ଦବା
ଖୁସି ମୋ ଓଡ଼ିଆ ବେଶ।
ଓଡ଼ିଆ ଚଳଣୀ ଓଡିଆ ପୋଷାକ
ଓଡ଼ିଆ ମୋ ଜଗନ୍ନାଥ
ଓଡ଼ିଶା ଦେବତା ବିଶ୍ବର ସଂସାର
ଜଗତର ହର୍ତ୍ତାକର୍ତ୍ତା।
ଏପ୍ରିଲ ପହିଲା ଉତ୍କଳ ଗଠନ
ନିଜ ବଳିଦାନେ ଠିଆ
ଗରବେ କହୁଛି ବଖାଣି ଓଡ଼ିଆ
ଜନ୍ମ ଭୂମି ଓଡ଼ିଆ ମା।
ଓଡ଼ିଆ ସଂଗୀତ ଓଡ଼ିଆ ପତାକା
ଉଚ୍ଚେ ଉଡୁଛି ସେ ଧ୍ଵଜା
ଉତ୍କଳ ମାଟିକୁ ମୁଣ୍ଡରେ ଲଗାଇ
କରୁଛି ତା ପଦ ପୂଜା।
ମାତୃଭୂମି ଭାଷା ମତେ ଭାରି ଭଲ
ଶ୍ରଦ୍ଧା ଡ଼ାକ ମାଆ ମାଆ
ମାତୃ ଭାଷା ପ୍ରେମ ସବୁଠି ରହିଛି
ଭାଷା କି ଅମୃତ ଆହା।
ମାନଗୋବିନ୍ଦ ସ୍ବାଇଁ
ଗୋଜାବନ୍ଧ ମହାକାଳପଡ଼ା
କେନ୍ଦ୍ରାପଡ଼ା