ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନା , ଶୁଭାରମ୍ଭ କେସିଙ୍ଗା ଉଚ୍ଚ ବାଳିକା ବିଦ୍ୟାଳୟ ରେ

କେସିଙ୍ଗା
ତା 01.04.25

ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, କେସିଙ୍ଗାରେ ଓଡିଶା ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ବିଦ୍ୟାଳୟରେ ଅଧ୍ୟୟନରତ ନବମ ଓ ଦଶମ ଶ୍ରେଣୀର ଛାତ୍ରୀମାନଙ୍କର ସୁଷମ ଓ ପୌଷ୍ଟିକ ଖାଦ୍ୟ ଗ୍ରହଣର ସୁବିଧାକରଣ ନିମନ୍ତେ ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାର ଶୁଭାରମ୍ଭ ଓ ମାଣ୍ଡିଆ ଲଡୁର ବିତରଣ କରାଯାଇଥିଲା । ଏହି ଅବସରରେ ଉପସ୍ଥିତ ଛାତ୍ରୀମାନଙ୍କୁ ନିୟମିତ ବିଦ୍ୟାଳୟକୁ ଆସିବା ସହ ଶିକ୍ଷାର ଗୁଣାତ୍ମକ ଫଳାଫଳ ହାସଲ କରିବାରେ ବ୍ରତୀ ହେବାକୁ ଆହ୍ବାନ ଦେଇଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀ ଓ ଅଣ ଶୈକ୍ଷିକ କର୍ମଚାରୀମାନେ ସହଯୋଗ କରିଥିଲେ ।

କେସିଙ୍ଗା ରୁ ପ୍ରୀତେଶ ପଟେଲ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *