
ଉତ୍କଳ ଦିବସ ଆଜି ଉତ୍କଳ ଦିବସ
ଓଡ଼ିଶା ମାନ୍ୟତା ପାଇଥିଲା
ଆମ ରାଜ୍ୟ
କେତେ ମାନ୍ୟ ଗନ୍ୟ ବ୍ୟକ୍ତି
ହୋଇଛନ୍ତି ଜାତ
ଉତ୍କଳମଣି ଆଉ ଉତ୍କଳ ଗୌରବ
ଫକୀର ମୋହନ ଆଉ
ବକ୍ସି ଜଗବନ୍ଧୁ
ବଜିରାଉତ ବାଳକ ପୁଣି ଧର୍ମପଦ
ଉତ୍କଳ ଦିବସ ——-1
ବାର ମାସରେ ଏଠି
ହୁଏ ତେର ଜାତ
ଜଗନ୍ନାଥ ଧାମ ବୋଲି
ପ୍ରସିଦ୍ଧ ଶ୍ରୀକ୍ଷେତ୍ର
ବଡ ଯାତ୍ରା ଅଟେ ପ୍ରଭୁଙ୍କର
ରଥ ଜାତ
ଓଡ଼ିଆ ବୋଲି ମୁଁ ମନେ
କରୁ ଅଛି ଗର୍ବ
ଓଡ଼ିଶା ମୋ ମାଆ ମାଟି
ପୂଣ୍ୟ ତ୍ୱୟା କ୍ଷେତ୍ର
ତା କୋଳେ ଜନମ ଲଭି
ପାଇଛି ଆନନ୍ଦ