ଗଣପତି ଜ୍ଞାନ ମନ୍ଦିର ର ୧୯ତମ ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ।

ଚଣ୍ଡିଖୋଲ : ୨୯/୩(କ ବ୍ୟୁ) : ଚଣ୍ଡିଖୋଲ ସନ୍ନିକଟ ଚାରି ବାଟିଆ ସ୍ଥିତ ଗଣପତି ଜ୍ଞାନ ମନ୍ଦିର ର ୧୯ତମ ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ ଉତ୍ସବ ବିଦ୍ୟାଳୟ ପରିଚାଳନା କମିଟି ର ସଭାପଟି ଡକ୍ଟର ସୁଧୀର କୁମାର ସାମଲ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି।ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅଂଶୁମାନ ୱେଲ ଫେୟlର ଟ୍ରଷ୍ଟ ର ଅଧ୍ୟକ୍ଷା ମିନତୀ ପ୍ରଭା ସାହୁ ଯୋଗଦେଇ ଲକ୍ଷ ଓ ଉଦ୍ଦେଶ୍ୟ ସ୍ଥିର ରହିଲେ ସଫଳତା ମିଳିବା ସହିତ ପିଲା ମାନେ ସୁନlଗରିକ ହୋଇପାରିବେ। ପିତାମାତା, ଗୁରୁଜନ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ସମ୍ମାନ ଓ ଭକ୍ତି କଲେ ପିଲାମାନେ ସଫଳତା ର ଶୀର୍ଷ ରେ ପହଞ୍ଚି ପାରିବେ । ବଡ଼ ମଣିଷ ନ ହୋଇ ଭଲ ମଣିଷ ହେବାକୁ ପରାମର୍ଶ ଦେଇଥିଲେ। ପିତା ମାତା ଙ୍କ ଜୀବନ ଶୈଳୀ ପିଲା ମାନଙ୍କ ଉପରେ ପ୍ରଭାବ ପକାଇଥାଏ ବୋଲି ମତ ବ୍ୟକ୍ତ କରିଥିଲେ। ମୁଖ୍ୟ ବକ୍ତା ଭାବେ ଓଡ଼ିଶା ଵିଦ୍ୟା ବିକାଶ ସମିତିର ରାଜ୍ୟ ସମ୍ପାଦକ ଯୋଗେନ୍ଦ୍ର ନାଥ ବସ୍ତିଆ ଛାତ୍ର ଛାତ୍ରୀ ମାନଙ୍କ ଶ୍ରମ, ଅଧ୍ୟବସାୟର, କର୍ତ୍ତବ୍ୟନିଷ୍ଠା, ସମୟାନୁବର୍ତ୍ତିତା, ସେମାନଙ୍କୁ ସଫଳତା ର ଶୀର୍ଷ ରେ ପହଞ୍ଚାଇ ଥାଏ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ଡାକ୍ତର ପ୍ରଶାନ୍ତ କୁମାର ପରିଡ଼ା ଶିକ୍ଷା କେବଳ ଅର୍ଥ ରୋଜଗାର ମାଧ୍ୟମ ନ ହୋଇ ଏକ ସୁସ୍ଥ ସମାଜ ଗଠନ କରିବା , ମାଆ, ମାଟି ଓ ମାତୃଭୂମିର ଉନ୍ନତି କରିବା ସହିତ ଜୀବନରେ ନିର୍ଭୀକତା, ଏକାଗ୍ରତା,ସତ୍ୟବାଦୀତା ରହିଲେ ଜୀବନରେ ଉନ୍ନତି କରିପାରିବା। ଉତ୍ତମ ଶୈକ୍ଷିକ ପରିବେଶ ପାଇଁ ପିତାମାତା, ପଡୋଶୀ, ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ଗୁରୁତ୍ଵ ପୂର୍ଣ୍ଣ ଦାୟିତ୍ଵ ନିର୍ବାହ କରିବା ଦରକାର ବୋଲି କହିଥିଲେ। ବିଦ୍ୟାଳୟ ପରିଚାଳନା କମିଟି ର ସାଂଗଠନିକ ସମ୍ପାଦକ ଅଭିମନ୍ୟୁ ଧଳ ସ୍ଵାଗତ ଭାଷଣ ଦେଇଥିବା ବେଳେ ପ୍ରାଧ୍ୟାପକ ପ୍ରତାପ କୁମାର ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚନ୍ଦ୍ରମଣି ସାମଲ ବାର୍ଷିକ ବିବରଣୀ ପାଠ କରିଥିଲେ। ଶେଷରେ ସାମ୍ବାଦିକ ପ୍ରସନ୍ନ କୁମାର ବିଶ୍ବାଳ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରାରମ୍ଭରେ ବିଦ୍ୟାଳୟ ପରିସରରେ ଥିବା ମହାତ୍ମା ଗାନ୍ଧୀ ଓ ଗୋପବନ୍ଧୁ ଙ୍କ ପ୍ରତିମୂର୍ତ୍ତି ରେ ଅତିଥିମାନେ ପୁଷ୍ପ ମାଲ୍ୟ ଅର୍ପଣ କରିବା ସହିତ ବିଦ୍ୟାଳୟ ପ୍ରତିଷ୍ଠାତା ସ୍ୱର୍ଗତ ପ୍ରଦୀପ୍ତ କୁମାର ପରିଡ଼ା ଓ ସମ୍ପାଦିକା ରଙ୍ଗଲତା ପରିଡା ଙ୍କ ବିୟୋଗରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।ବିଦ୍ୟାଳୟ ରେ ଅନୁଷ୍ଟିତ ହୋଇଥିବା ବିଭିନ୍ନ ପରୀକ୍ଷା ଓ ବାର୍ଷିକ କ୍ରୀଡା ପ୍ରତିଯୋଗିତା ରେ କୃତିତ୍ବ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଗୁରୁମା ଅନ୍ନପୂର୍ଣ୍ଣା ରାଉତ, ଅନିମା ଗୋଚ୍ଛାୟତ, ରାଜଶ୍ରୀ ସାହୁ, ଦୀପ୍ତି ମୟି ଚୌଧୁରୀ, ସବିତା ଘଡେ଼ଇ, ଦେବସ୍ମିତା ନାଥ, ଲିଜା ଜେନା, ପ୍ରିୟମ୍ବଦା ସାମଲ,ନମିତା ଜେନା, ନିବେଦିତା ପରିଡ଼ା, ବିଦ୍ୟାଳୟ କର୍ମଚାରୀ ସିତାଂଶୁ ଶେଖର ଜେନା, ସର୍ବେଶ୍ଵର ରାଉତ, କବିତା ଜେନା ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯକ୍ରମ ଅନୁଷ୍ଟିତ ହୋଇଥିଲା।

Leave a Reply

Your email address will not be published. Required fields are marked *