“ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ”

ବାରିପଦା/ ଉଦଳା : ୨୬\୦୩\୨୫ ଉଦଳା ବ୍ଲକ ଅନ୍ତର୍ଗତ କଇଁସାରୀ କ୍ଳଷ୍ଟରର ସରକାରୀ ପ୍ରାଥମିକ ବିଦ୍ୟାଳୟ ଶିରିପୁରଠାରେ ଆମ ସଂସ୍କୃତି ଆମ ଖେଳଣା ଓ ବିଦ୍ୟାଳୟ ବାର୍ଷିକ ଉତ୍ସବ 2025 ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ବିଭିନ୍ନ ପ୍ରକାର ପ୍ରତିଯୋଗିତାମାନ ଅନୁଷ୍ଟିତ ହୋଇ କୃତି ପ୍ରତିଯୋଗିମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା l.CRCC ଶାନ୍ତନୁ କୁମାର ଦାଶ ଉକ୍ତ ବୈଠକରେ ସଭାପତିତ୍ବ କରିଥିଲେ l ମୁଖ୍ୟ ଅତିଥିଭାବେ ଉଦଳା ଗୋଷ୍ଠୀ ଶିକ୍ଷା କାର୍ଯାଳୟର ABEO-CUM-BRCC ମୀନତି ମଞ୍ଜରି ପଣ୍ଡା କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ l ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମିନାକ୍ଷୀ ଦାସ ସମସ୍ତ କାର୍ଯ ପରିଚାଳନା କରିଥିଲେ ଓ ଶିକ୍ଷକ କୃଷ୍ଣ ଚନ୍ଦ୍ର ଗୌଡ଼ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ଶିକ୍ଷୟିତ୍ରୀ ସ୍ଵର୍ଣ୍ଣମୟୀ ବାରିକ ଓ ସଂଯୁକ୍ତା maharna ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ lଶତାଧିକ ଗ୍ରାମବାସୀ ଓ ପିତାମାତା ଉକ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ନିଜନିଜ ପିଲାଙ୍କ ଠାରେ ଥିବା ପ୍ରତିଭା କୁ ଉପଭୋଗ କରିଥିଲେ।ଇତି।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *