
ଛତ୍ରପୁର : ୨୪.୦୩.୨୫
(ମିଥୁନ ବାରିକ୍)
ଛତ୍ରପୁର : ବ୍ରହ୍ମପୁର ଏମ୍ପି ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ଛତ୍ରପୁର ଏନଏସି ପ୍ରତିନିଧି ଭାବେ ଦିପ୍ତୀଶ ପଟ୍ଟନାୟକ(ରୁଇନା) ମନୋନୀତ ହୋଇଛନ୍ତି। ଏ ସଂପର୍କରେ ଏମପି ଚିଠି କରି ଛତ୍ରପୁର ଏନଏସି ନିର୍ବାହୀ ଅଧିକାରୀଙ୍କୁ ଅବଗତ କରିଛନ୍ତି । ଏନେଇ ବ୍ରହ୍ମପୁର ଏମପିଙ୍କୁ ରୁଈନା କୃତଜ୍ଞତା ଓ ଧନ୍ୟବାଦ ଜଣାଇଛନ୍ତି।
ଏମ୍ପି ପ୍ରତିନିଧି ଭାବେ ଦାୟିତ୍ୱ ମିଳିବା ପରେ ଶ୍ରୀ ପଟ୍ଟନାୟକ ଛତ୍ରପୁର ଏନଏସିର ପ୍ରତ୍ୟେକ ସମସ୍ୟାର ସମାଧାନ କିପରି କରାଯିବ ସେଥିପାଇଁ ସେ ନିଷ୍ଠାର ସହ କାର୍ଯ୍ୟ କରିବେ ବୋଲି କହିଛନ୍ତି । ଶ୍ରୀ ପଟ୍ଟନାୟକ ଦୀର୍ଘବର୍ଷ ହେବ ଭାରତୀୟ ଜନତା ପାର୍ଟିରେ ରହି ଜନସାଧାରଣଙ୍କ ହିତରେ ନିଃସ୍ବାର୍ଥପର ଭାବେ କାର୍ଯ୍ୟ କରି ଆସୁଛନ୍ତି। ତା’ସହ ଦଳରେ ରହି ପ୍ରମୁଖ ଭୂମିକା ମଧ୍ୟ ତୁଲାଇ ଆସୁଛନ୍ତି । ତେଣୁ ଦଳ ତାଙ୍କୁ ଏମ୍ପି ପ୍ରତିନିଧି ଭାବେ ମନୋନୀତ କରାଯାଇଥିବାରୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି । ସେହି ଭଳି ଛତ୍ରପୁର ବ୍ଲକ୍ ର ଏମ ପି ପ୍ରତିନିଧି ଭାବେ ମନୋନୀତ ହୋଇଛନ୍ତି ସନ୍ତୋଷ ରେଡ୍ଡୀ । ସନ୍ତୋଷ ପୂର୍ବରୁ ବ୍ରହ୍ମପୁର ବିଶ୍ଵ ବିଦ୍ୟାଳୟ ଛାତ୍ର ସଂସଦର ସଭାପତି ଥିଲେ । ସେ ବିଭିନ୍ନ ଅଞ୍ଚଳ କୁ ଯାଇ ଲୋକଙ୍କ ସମସ୍ୟା ବୁଝିବା ସହ ସାହାର୍ଯ୍ୟ ର ହାତ ବଢ଼େଇଥିଲେ । ତାଙ୍କର ଏହି ଭଳି ସମାଜ ସେବା କରି ବିଭିନ୍ନ ଅଞ୍ଚଳ ରେ ପ୍ରଶଂସା ଆଣିଛନ୍ତି । ଆଉ ଏବେ ଭାରତୀୟ ଜନତା ପାର୍ଟିର ଏମ ପି ପ୍ରତିନିଧି ଭାବେ ଦାଇତ୍ୱ ଦିଆଯାଇଛି । ଏହି ଦାୟିତ୍ଵ ମିଳିବା ପରେ ଆହୁରି ଅଧିକ ସମସ୍ୟା ର ସମାଧାନ କରିବେ ବୋଲି ସନ୍ତୋଷ କହିଛନ୍ତି । ଏନେଇ ବ୍ରହ୍ମପୁର ଏମପିଙ୍କୁ ସନ୍ତୋଷ ରେଡ୍ଡୀ କୃତଜ୍ଞତା ଓ ଧନ୍ୟବାଦ ଜଣାଇଛନ୍ତି।