ଉଦଳା : ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ଉପଖଣ୍ଡସ୍ଥ ଉଦଳା ଏନ୍ ଏ ସିର ୨ନମ୍ବର ୱାର୍ଡ ନାଗପାଳ ଏକ ଆଦିବସୀଅଧ୍ଯୁଷିତ ଜଳକ୍ଳୀଷ୍ଟ ଅଞ୍ଚଳ ଅଟେ।ଏହା ଏକ ବିଶାଳ ଜନବସତି ବିଶିଷ୍ଟ ହୋଇଥିବାରୁ ତତ୍କାଳୀନ ସରକାର ଲୋକଙ୍କ ଜଳକଷ୍ଟ ଲାଘବ କରିବାକୁ ଯାଇ ଖାତା ନଂ-୩୦୬, ମୌଜା ଉଦଳା ଟାଉନ ଇୟୁନିଟ୍ ନଂ-୨, ନାଗପାଳ, ପ୍ଲାଟ ନ:୪୭୧,୪୭୨,୪୭୩ ମୋଟ ଏ୨,0୨ଡେସିମିଲ ପରିମିତ ଜାଗା ପୋଖରୀ ନାମରେ ଦରଜ କରାଇ ତା ଉପରେ ଏକ ପୋଖରୀ ଖୋଳାଇ ଦେଇଥିଲେ।ଅଞ୍ଚଳବାସୀ ତଥା ଆଖ ପାଖ ଅଞ୍ଚଳର ବାସିନ୍ଦାମାନେ ନିର୍ଭର କରିଆସୁଥିବାବେଳେ ସେ ଅଞ୍ଚଳ ଯାକର ଗୃହପାଳିତ ଓ ବୁଲା ପଶୁ,ପକ୍ଷୀ ମାନଙ୍କର ସର୍ବକାଳୀନ ତୃଷା ନିବାରଣର ଏକମାତ୍ର ଜଳଉତ୍ସ।