ଯାଜପୁର ଜିଲ୍ଳା ସ୍ତରୀୟ ଶ୍ରମିକ କଲ୍ୟାଣ ସମାରୋହ, ସହାୟତା ରାଶି ଓ ପରିଚୟ ପତ୍ର ପ୍ରଦାନ

ଚଣ୍ଡିଖୋଲ ୪/୩(କ,ବ୍ୟୂ) ଓଡ଼ିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ କଲ୍ୟାଣ ବୋର୍ଡ, ଓ ଓଡିଶା ଅଣ ସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ମିଳିତ ଆନୁକୁଲ୍ୟରେ ଆଜି ଚଣ୍ଡିଖୋଲ ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ ଯାଜପୁର ଜିଲ୍ଲା ସ୍ତରୀୟ ନିର୍ମାଣ ଶ୍ରମିକ କଲ୍ୟାଣ ସମାରୋହ ପଞ୍ଜୀକୃତ ନିର୍ମାଣର ଶ୍ରମିକ ମାନଙ୍କୁ ବିଭିନ୍ନ ସହାୟତା ରାଶି ଓ ପରିଚୟ ପତ୍ର ପ୍ରଦାନ କରାଯାଇ ଥିଲା। ଏଥିରେ ମୋଟ୨୮୯ ହିତାଧୀକାରୀ ମାନଙ୍କୁ ଶିକ୍ଷା ସହାୟତା, ବିବାହ ସହାୟତା, ପ୍ରସୂତି କାଳୀନ ସହାୟତା, ମୃତ୍ୟୁ କାଳୀନ ସହାୟତା, ଓ ଅନ୍ତେଷ୍ଟିକ୍ରୀୟା ସହାୟତା ବାବଦରେ ମୋଟ୧ କୋଟି ୪୭ଲକ୍ଷ ୩୬ହଜାର ୪୦୦ଶହ ଟଙ୍କା ପ୍ରଦାନ କରା ଯିବା ସହ ନୂତନ ଭାବେ ପଞ୍ଜିକୃତ ହୋଇଥିବା ହିତାଧିକାରୀ ମାନଙ୍କୁ କାର୍ଡ ବଣ୍ଟନ କରଯାଇଥିଲା। ଏହି ଉପଲକ୍ଷେ ଆୟୋଜିତ ସଭାରେ ଜିଲ୍ଳା ସହକାରୀ ଶ୍ରମ ଅଧିକାରୀ ସଂଜୀତ୍ କୁମାର ଦେଓ ଙ୍କ ସଭାପତିତ୍ବରେ ଅନୁଷ୍ଟିତ ସଭାରେ ମୁଖ୍ୟ ଅତିଥି ଭାବେ ବଡଚଣା ବିଧାୟକ ଅମର ନାୟକ ସଶକ୍ତ ଭାରତ, ସଶକ୍ତ ଓଡ଼ିଶା ନିର୍ମାଣର ଶ୍ରମିକ ମାନେ ହେଲେ ବିଶ୍ୱକର୍ମା ସେମାନଙ୍କୁ ଅଧିକରୁ ଅଧିକ ସହାୟତା ପ୍ରଦାନ କରିବା ଆମ ସମସ୍ତଙ୍କର ଦାୟିତ୍ୱ। ଶ୍ରମିକ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହିତ ସେମାନଙ୍କୁ ସରକାରଂକ ଦ୍ଵାରା ପ୍ରଦତ ସମସ୍ତ ପ୍ରକାରର ଆର୍ଥିକ ସହାୟତା ଯୋଗାଇ ଦେବାକୁ ଉପସ୍ଥିତ ଶ୍ରମ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଯାଜପୁର ର ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନା, ଜିଲ୍ଳା ଶ୍ରମ ଅଧିକାରୀ ସୁଧୀର କୁମାର ସାହୁ, ବିଭାଗୀୟ ଶ୍ରମ ଆୟୁକ୍ତ ସତ୍ୟ ନାରାୟଣ ଆଚାର୍ଯ୍ୟ, ଯାଜପୁର ଯୁଗ୍ମ ଶ୍ରମ ଆୟୁକ୍ତ ଶିବ ଶଙ୍କର ମିଶ୍ର,ବଡଚଣା ବିଡିଓ ରବିନ୍ଦ୍ର କୁମାର ପ୍ରଧାନ ପ୍ରମୁଖ ଯୋଗଦେଇ ନିର୍ମାଣ ଶ୍ରମିକକଲ୍ୟାଣ ବୋର୍ଡ ଓ ଅଣ ସଂଗଠିତ କଲ୍ୟାଣ ବୋର୍ଡ ଦ୍ଵାରା ପ୍ରଦତ୍ତ ବିଭିନ୍ନ ସହାୟତା ସମ୍ବନ୍ଧରେ ଆଲୋଚନା କରିଥିଲେ। ଶେଷରେ ସହକାରୀ ଶ୍ରମ ଅଧିକାରୀ ସ୍ମୃତି ରଞ୍ଜନ ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *