ନବ ନିର୍ମିତ ଜଗନ୍ନାଥ୍ ମନ୍ଦିର ର ରତ୍ନ ମୁଦ ଉତ୍ସବ

ଚଣ୍ଡିଖୋଲ ୩/୩(କ ବିୟୁ)ବଡଚଣା ବ୍ଲକ୍ ଅନ୍ତର୍ଗତ ଖଣ୍ଡିଆବନ୍ଧୀ ଠାରେ ନିର୍ମlଣା ଧୀନ ଜଗନ୍ନାଥ ମନ୍ଦିର ପରିସରରେ ଥିବା ପାର୍ଶ୍ଵ ଦେବଦେବୀଙ୍କର ମନ୍ଦିର ର ରତ୍ନମୁଦ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ନବ ନିର୍ମିତ ଜଗନ୍ନାଥ୍ ମନ୍ଦିର ପରିସରରେ ଥିବା ମା ବିମଳା ମନ୍ଦିର, ମା ମହାଲକ୍ଷ୍ମୀ ମନ୍ଦିର, ବିଘ୍ନ ରାଜ ବଟଗଣେଶ ,କାଶୀ ବିଶ୍ଵନାଥ ମନ୍ଦିର, ପ୍ରଭୁ ପତିତପାବନ ସମେତ ୨୭ଗୋଟି ପାର୍ଶ୍ଵ ମନ୍ଦିର ର ରତ୍ନମୁଦ କାର୍ଯ୍ୟ କରଯାଇଥିଲା। ଭକ୍ତ ମାନେ ସାଥିରେ ଆଣି ଥିବା ଧାନ, ସୁନା, ରୂପା ତମ୍ବା, ଅଷ୍ଟଧାତୁ ଆଦି ରତ୍ନମୁଦ ରେ ଅର୍ପଣ କରିଥିଲେ। ଏହିଉପଲକ୍ଷେ ମନ୍ଦିର ପରିସରରେ ଏକ ଯଜ୍ଞର ଆୟୋଜନ କରଯାଇଥିଲା। ଯଜ୍ଞାହୁତି, ଦେବପୂଜନ ଯଥାବିଦ୍ଧି ପଣ୍ଡିତ ବିଜୟ କର, ଆଲୋକ ଚନ୍ଦ୍ର ପଣ୍ଡା, ଅମର ପ୍ରସାଦ ଦାସ, ପ୍ରଭୁପାଦ ରଥଶର୍ମା, ଶ୍ରୀନିବାସ ପଣ୍ଡା, ଜଗତ ଜ୍ୟୋତି ପଣ୍ଡା, ନାରାୟନ ହୋତା ସମାପନ କରିଥିଲେ। କର୍ତ୍ତା ଭାବେ ପ୍ରକାଶ କୁମାର ସାହୁ ସୋୟଂସମ୍ପୂର୍ନା ସାହୁ, ଅମନ କର , ବାଇଧର ସାହୁ ଓ ତାଙ୍କ ପତ୍ନୀ କର୍ତ୍ତା କର୍ତ୍ତି ଭାବେ ଯଜ୍ଞ କାର୍ଯ୍ୟ କରିଥିଲେ। ପରେ ମନ୍ଦିର ପରିସରରେ ଶ୍ରୀ ଜଗନ୍ନାଥ ମନ୍ଦିର ସେବା ଟ୍ରଷ୍ଟ ପକ୍ଷରୁ ଏକ ବୈଠକ ଆୟୋଜନ କରାଯାଉଥିବା। ଏଥିରେ କଟକ ଏସିପି ଅମିତାଭ ମହାପାତ୍ର ଡାକ୍ତର ବିଜୟ କୁମାର ଶତପଥି, ମାଧୁରୀ ଶତପଥି, ବିନାୟକ ପଣ୍ଡା, ବ୍ରହ୍ମାନନ୍ଦ ଦାଶ, ଦୁଃଖି ଶ୍ୟାମ ସାହୁ, ଅଭୟ ସାମଲ, ବୀରେନ ମିଶ୍ର, ଉଦୟ ନାଥ ସାହୁ, ରାଜେନ୍ଦ୍ର ପଣ୍ଡା ପ୍ରମୁଖ ଯୋଗଦେଇ ଜଗନ୍ନାଥ ମନ୍ଦିର ଯଥା ଶୀଘ୍ର ପୂର୍ଣ୍ଣାଙ୍ଗ କରିବାକୁ ସମସ୍ତଙ୍କର ସାହାଯ୍ୟ ସହଯୋଗ କାମନା କରିଥିଲେ। ଶେଷରେ ଚିତ୍ତ ରଂଜନ ମହାପାତ୍ର ଧନ୍ୟ ବାଦ ଅର୍ପଣ କରିଥିଲେ। ପରେ ବହୁ ଜଗନ୍ନାଥ୍ ପ୍ରେମୀ ଭକ୍ତ ଆନନ୍ଦ ବଜାରରେ ମହା ପ୍ରସାଦ ସେବନ କରିଥିଲେ।

Leave a Reply

Your email address will not be published. Required fields are marked *