
ଚଣ୍ଡିଖୋଲ ୨୯/୧(କ ବ୍ୟୁ) ଚଣ୍ଡିଖୋଲ ଛକ ବୌଦ୍ଧ ମୂର୍ତ୍ତି ପରିସରରେ ବୃହତ୍ତର ଓଡ଼ିଶା ମୁକ୍ତି ସାମୁଖ୍ୟ ପକ୍ଷରୁ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ସାମ୍ୟୁକ୍ଷ ର ସଭାପତି ପ୍ରଫୁଲ୍ଲ କୁମାର ମାହା ଲା ଜାତୀୟ ପତାକା ଉତ୍ତୋଳନ କରି ସାମୟିକ ଭାବେ ମେ ମାସ ୧୮ତାରିଖରେ ବିହାର ପ୍ରଦେଶ ସହିତ ଦୁଇଟି ଦେଶୀୟ ରାଜ୍ୟ ଷଢେ଼ଇକଳା ଓ ଖରସୁଆଁ କୁ ମିଶ୍ରଣ ପାଇଁ ଷଢେ଼ଇକଳା ମହାରାଜା ଏକମତ ହୋଇଥିଲେ। ମାତ୍ର ଲର୍ଡ ମାଉଣ୍ଟ ବ୍ୟାଟେନ ଏକ ପର୍ମାନେଣ୍ଟ ମର୍ଜର ଅର୍ଡର ଆଇନ୍ ବଳରେ ଉକ୍ତ ରାଜ୍ୟଦ୍ବୟ ବିହାର ସହ ଅଗଷ୍ଟ ସନ ୧୯୪୯ରେ ମିଶାଇ ଦେଇଥିଲେ। ଫଳତ ୨୬ଜାନୁୟାରୀ ସନ ୧୯୫୦ମସିହାରେ ଭରତୀୟ ସଂବିଧାନ ୧ମ ଧାରାରେ ଓଡ଼ିଶା ରାଜ୍ୟରୁ ଏହା ବାଦ ପଡ଼ିଥିଲା। ସାମ୍ମୁଖ୍ୟ ଆନୁକୁଲ୍ୟରେ ସ୍ଥାନିତ ଉଦବୋଧନି ସଭାରେ ଉକ୍ତ କଳା ଆଇନ୍ ବଳରେ ଓଡ଼ିଶା ପ୍ରତି ଚରମ ବିଶ୍ବାଘାତକତା ର ତୀବ୍ର ପ୍ରତିବାଦ ପାଇଁ ଶପଥ ନେବା।ଏଥିସହିତ ବାରୁଆ, କଳିଙ୍ଗପତ୍ତନ ବନ୍ଦର ଦ୍ବୟ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଥିଲା। ସେତେବେଳେ ଏହି ଜିଲ୍ଲା ମାନ୍ଦ୍ରlଜ୍ ମହକୁମା ଉତ୍ତରସ୍ତ ପ୍ରାନ୍ତୀୟ ଜିଲ୍ଲା ଥିଲା। ପାରଳାଖେମୁଣ୍ଡି ଇଷ୍ଟେଟ ର ପଟl ପlଟନସ, ହୀରା ମଣ୍ଡଳମ୍, ମୁଖଲିଙ୍ଗମ୍ ଓ କଳିଙ୍ଗ ନଗର ଆଦି ଅଞ୍ଚଳ ବାଦପଡ଼ି ଆନ୍ଧ୍ର ର ଶ୍ରୀକାକୁଲମ ଜିଲ୍ଳା ଅନ୍ତର୍ଗତ ହୋଇଛି। ମେଦିନଜିଲ୍ପୁଳାର ର ୨୨୦୦ବର୍ଗ ମାଇଲ ସମୁଦ୍ର କୂଳବର୍ତ୍ତି ଦକ୍ଷିଣାଞ୍ଚଳ ଖାଣ୍ଟି ଓଡ଼ିଆ ଭାଷୀ ଅଞ୍ଚଳ ଓଡ଼ିଶା ଦେଶର ଉତ୍ତର ପ୍ରାନ୍ତରୁ ବାଦ ପଡ଼ିଛି। ଆଗମୀ ଦିନରେ ସମ୍ବିଧାନର ୩(ଖ) ଧାରାରେ ଗଣତାନ୍ତ୍ରିକ ଆନ୍ଦୋଳନ ଜରିଆରେ ସମ୍ବିଧାନର ୧ମ ଧାରରେ ଉପରୋକ୍ତ ଅଞ୍ଚଳ ଓ ସୁବିସ୍ତୀର୍ଣ୍ଣ ଉପକୂଳରେଖା ସ୍ଥାନିତ ହେବାପାଇଁ ନିରବଚ୍ଛିନ୍ନ ସଂଗ୍ରାମ ଜାରିରହିବା ମନ୍ତବ୍ୟ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବୈଷ୍ଣବ ଚରଣ ବରାଳ, ଗଙ୍ଗାଧର ନାୟକ ପ୍ରମୁଖ ବକ୍ତବ୍ୟ ରଖିଥିଲେ।