ପାରାଦ୍ଵୀପ : 26/1 : ସାରା ଦେଶ ସାଧାରଣ ତନ୍ତ୍ର ଦିବସ ପାଳନ କରୁଥିବା ବେଳେ ପାରାଦ୍ଵୀପ ଲକ ପଡା ରେ ଜଳିଗଲା ଗଲା ସାତ ବଖରା ଘର l ଖବର ନେବାରେ ଜଣା ଯାଇଛି ଯେ ପାରାଦ୍ଵୀପ ବନ୍ଦର ସହିତ ବିଭିନ୍ନ ଅନୁଷ୍ଠାନ,ଓ ସଙ୍ଗଠନ ମାନେ ସାଧାରଣ ତନ୍ତ୍ର ଦିବସ ପାଳନ କରୁଥିବା ବେଳେ ପାରାଦ୍ଵୀପ ଲକ୍ ପଡାରେ ଏକ ଅଭାବ ନୀୟ ଘଟଣା ଘଟି ଯାଇଛି l ଯାହାକି ଏହି ବସ୍ତିରେ ରହୁଥିବା ବହୁ ଜନସାଧାରଣ ଶ୍ରମିକ୍ ଶ୍ରେଣୀର ହୋଇଥିବା ବେଳେ ସେହି ବସ୍ତିରେ ରହୁଥିବା ଗୋପାଳ ପାତ୍ର, ସମୀର ପାତ୍ର, ଉତ୍ତମ ଘଡେ଼ଇ ନାମକ ବେକ୍ତି ସକାଳୁ ନିଜର କାମଧନ୍ଦା ସାରି ବାହାରକୁ କାମ କରିବାକୁ ଯାଇଥିବା ବେଳେ କୌଣସି କାରଣରୁ ଘରେ ନିଆଲଗି ଯାଇଥିଲା l ଖବର ରୁ ପ୍ରକାଶ ଯେ ସଟ ସର୍କେଟ ଯୋଗୁଁ ଘରେ ନିଆଁ ଲାଗି ଯିବାରୁ ସେହି ଘରେ ଥିବା ଏକ ଗ୍ୟାସ ସିଲିଣ୍ଡର ଫାଟି ଯାଇଥିଲା ଫଳରେ ବାର ଜଣ ପରିବାର ର ସାତ ବଖରା ଘର ସଂପୂର୍ଣ୍ଣ ଜଳି ଧୋସଂ ହୋଇ ଯାଇଥିଲ l ଖବର ପାଇ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ଘରେ ଥିବା ବିଭିନ୍ନ କାଗଜ ପତ୍ର ଯାହାକି ଆଧାର କାଡ଼ ଠୁ ଆରମ୍ଭ କରି ସୁନା ଗହଣା ସୁବୁ ପୋଡ଼ି ପାଉଁଶ ହୋଇ ଯାଇଥିଲା l ଏଥିରେ କୌଣସି ଲୋକଙ୍କର କିଛି କ୍ଷତି ସୋଇନଥିବା ବେଳେ ଘରେ ରହୁଥିବା ଦୁଇଜଣ ବୃଦ୍ଧ ,ବୃଦ୍ଧା ସାମାନ୍ୟ ଆହତ ହୋଇ ଥିବା ବେଳେ ନିଆଁ କୁଦେଖି ବେହୋସ୍ ହୋଇପଡ଼ିବା ଫଳରେ ତାଙ୍କୁ ନିକଟସ୍ଥ ବିଯୁମେମୋରିଆଲ ହସ୍ପିଟାଲ କୁ ନୀୟl ଯାଇଥିଲl ପରେ ସେ ସୁସ୍ଥ ଥିବା ଜଣାଯାଇଛି l ଘଟଣା ସ୍ଥଳରେ ପାରାଦ୍ଵୀପ ପୋର୍ ପ୍ରଶାସନ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ପୌର ପ୍ରଶାସନର ଅଧ୍ୟକ୍ଷ ଶ୍ରୀ ବସନ୍ତ କୁମାର ବିଶ୍ଵାଳ ପହଞ୍ଚି ସେହି ପରିବାର ଙ୍କୁ ଅସ୍ଵlସନ୍l ଦେବା ସହ ତୁରନ୍ତ ପଲିଥିନ ଓ ଅନ୍ୟାନ୍ୟ ଆବଶ୍ୟକୀୟ ଜିନିଷ ଯୋଗାଇ ଦେଇଥିଲେ l ପାରାଦ୍ଵୀପ ରୁ ପୁରୁଷୋତ୍ତମ ଶତପଥି ଙ୍କ ରିପୋର୍ଟ୍