
ଚଣ୍ଡିଖୋଲ ୨୮/୧(କ ବ୍ୟୁ) ବଡଚଣା ଶିକ୍ଷା ମଣ୍ଡଳ ଅଧିନସ୍ଥ କାଇମାଟିଆ ସ୍ଥିତ ସ୍ୱପ୍ନେଶ୍ୱର୍ ନୋଡାଲ ଉପ୍ରl ବିଦ୍ୟାଳୟ ର ସହକାରୀ ଶିକ୍ଷ ଜ୍ଞାନ ରଂଜନ ସାହାଣୀ ଙ୍କୁ ଶ୍ରେଷ୍ଠ ବି,ଏଲ୍ ଓ ପୁରସ୍କାର ୨୦୨୫ପ୍ରଦାନ କରଯାଇଛି। ଏହି ଉପଲକ୍ଷେ ଯାଜପୁର ସଂସ୍କୃତି ଭବନରେ ଆୟୋଜିତ ଏକ ବର୍ଣ୍ଣାଢ଼୍ୟ ଉତ୍ସବରେ ଶ୍ରୀ ସାହାଣୀ ଙ୍କୁ ଯାଜପୁର ଜିଲ୍ଲାପାଳ ପି, ଅନ୍ୱେଷା ରେଡ୍ଡୀ , ଏଡିଏମ୍ ନବ କିଶୋର ଜେନା, ଅତିରିକ୍ତ ଜିଲ୍ଲାପାଳ ଅଂଶୁମାନ ଶତପଥି ପ୍ରମୁଖ ଯୋଗଦେଇ, ମାନପତ୍ର, ଉପଢୌକନ, ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ମାନିତ କରିଥିଲେ। ଶିକ୍ଷକ ଶ୍ରୀ ସାହାଣୀ ଦର୍ପଣ ସ୍ଥିତ ଲାଲ୍ ବାହାଦୂର ଉଚ୍ଚ ବିଦ୍ୟାଳୟ ର ବୁଥ ନମ୍ୱର୍ ୩୬ରେ ସ୍ୱଚ୍ଛ ତାର ସହିତ ନୂତନ ଭୋଟ ପରିଚୟ ପତ୍ର ପ୍ରସ୍ତୁତ କରିବl, ସଂଶୋଧନ କରିବା, ମୃତ ଭୋଟର୍ ଙ୍କ ନାମ କାଟିବା ସହିତ ପ୍ରାପ୍ତ ବୟସ ଯୁବକ ଯୁବତୀ ମାନଙ୍କ ମଧ୍ୟରେ ଭୋଟଦାନ ପାଇଁ ଉତ୍ସାହିତ କରିବା ସହିତ ସେମାନଙ୍କୁ ସଚେତନ କରାଇବା ପାଇଁ ଶିକ୍ଷକ ଶ୍ରୀ ସାହାଣୀ ଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଏଥିପାଇଁ ଜ୍ଞାନରଞ୍ଜନ ସହଣୀଙ୍କୁ ବିଧାୟକ ଅମର ନାୟକ, ବ୍ଲକ୍ ଶିକ୍ଷାଧିକlରୀଣୀ ସବିତା ସାହୁ,ସମେତ ବହୁ ଶିକ୍ଷକ ଶିକ୍ଷୟତ୍ରୀ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।