ଭାଗ ଜମି ବିକ୍ରି ବନ୍ଦ ସରଳି କରଣ ନିୟମ ପାଇଁ ମନ୍ତ୍ରୀ ଙ୍କୁ ଦାବିପତ୍ର ।

ଛତ୍ରପୁର : ୧୭.୦୧.୨୫

(ମିଥୁନ ବାରିକ୍)

ଛତ୍ରପୁର : ଗଞ୍ଜାମ ଜିଲାରେ ୨୦୨୨ ମେ ୧ଠାରୁ ଭାଗ ଜମି ବିକ୍ରୟ କରିବା ବନ୍ଦ ହୋଇଯାଇଛି। ଏହି ସମସ୍ୟା ସମାଧାନ ନେଇ ଶୁକ୍ରବାର ଗଞ୍ଜାମ ଜିଲା ଛତ୍ରପୁର ଗସ୍ତ ସମୟରେ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ନୂତନ ନିୟମ ପ୍ରକାରରେ ଜଣେ ବ୍ୟକ୍ତି ନିଜ ଜମିର କିଛି ଅଂଶ ବିକ୍ରି କରି ପାରିବ ନାହିଁ। ଯାହାଦ୍ୱାରା ବିନା କାରଣରେ ତା’ର ସମସ୍ତ ଜମି ବିକ୍ରି କରିବାକୁ ବାଧ୍ୟ ହୋଇ ଭୂମିହୀନ ହେବାକୁ ପଡୁଛି। କୌଣସି ଗରିବ ଶ୍ରେଣୀର ବ୍ୟକ୍ତି ଛୋଟିଆ ଜାଗାଟିଏ କିଣି ଘର କରିପାରୁ ନାହାନ୍ତି। ଭଡ଼ା ଘରେ ଜୀବନ ଅତିବାହିତ କରିବାକୁ ବାଧ୍ୟ ହେଉଛନ୍ତି ଓ ସାସ୍ଥ୍ୟଗତ ସମସ୍ୟା ହେଲେ ମଧ୍ୟ ଆବଶ୍ୟକ ସୁଳେ ନିଜ ସମ୍ପତ୍ତିର ଆଶିଂକ ଭାଗ ମଧ୍ୟ ବିକ୍ରି କରି ପାରୁ ନାହାନ୍ତି। ନିଜର ପୈତୃକ ସମ୍ପତ୍ତିକୁ ଭାଗ ବଣ୍ଟନ ମଧ୍ୟ କରିପାରୁନାହାନ୍ତି। ଜମି ବିକ୍ରି ବନ୍ଦ ଯୋଗୁ ସହର ବିକାଶ ନିର୍ମାଣରେ ବାଧା ସୃଷ୍ଟି ହେଉଛି। ସରକାରଙ୍କ କୋଟି କୋଟି ଟଙ୍କା ରାଜସ୍ବ କ୍ଷତି ମଧ୍ୟ ହେଉଛି। ଏହି ସବୁ ଅସୁବିଧାର ସମାଧାନ ପାଇଁ ଓଡ଼ିଶା ସରକାର ଏକ ସରଳୀକରଣ ଉପାୟ ବାହାର କରି କିଣାବିକା, ନିର୍ମାଣ କାର୍ଯ୍ୟ, ଜନସାଧାରଣଙ୍କ ରୋଜଗାର ଇତ୍ୟାଦି, ସହର, ଗାଁର ବିକାଶକୁ ଦୃଷ୍ଟିରେ ରଖି ସରଳୀକରଣ ନିୟମ ଆଇନ ପ୍ରଣୟନ କରିବାକୁ ମନ୍ତ୍ରୀଙ୍କୁ ନିବେଦନ କରାଯାଇଛି। ଏହି ସ୍ମାରକପତ୍ର ପ୍ରଦାନ ବେଳେ ଲୋହିତ କୁମାର ମଙ୍ଗରାଜ, ସନ୍ତୋଷ କୁମାର ପାଢ଼ୀ, ସୁନୀଲ କୁମାର ପାଣିଗ୍ରାହୀ, ଅଜିତ କୁମାର ସୁବୁଦ୍ଧି, ଧନୁର୍ଦ୍ଧର ପାତ୍ର, ପ୍ରଦୀପ ସିଂ, ସଂଜୀବ କୁମାର ଦାଶ, ପ୍ରଭାତ ତ୍ରିପାଠୀ, ସଂଗ୍ରାମ ମହାନ୍ତି, ମଧୁସୂଦନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *