ଶ୍ରୀଜଗନ୍ନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀ ଆତ୍ମ ସୁରକ୍ଷା ତାଲିମ୍ ଶିବିର ଉଦଯାପନୀ କାର୍ଯ୍ୟକ୍ରମ l

ରମ୍ଭା : ୧୭/୦୧/୨୦୨୫

(ମିଥୁନ ବାରିକ୍)

ରମ୍ଭା: ଶ୍ରୀଜଗନ୍ନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀ ଆତ୍ମ ସୁରକ୍ଷା ତାଲିମ୍ ଶିବିରର ଉଦଯାପନୀ କାର୍ଯ୍ୟକ୍ରମ ଅଧ୍ୟକ୍ଷ ଡ଼.ରଞ୍ଜନ କୁମାର ଦାଶଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି l ଶ୍ରୀଜଗନ୍ନାଥଙ୍କ ତୈଳ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ, ସାମୁହିକ ପ୍ରଦୀପ ପ୍ରଜ୍ବଳନ ଏବଂ ଜାତୀୟ ସଂଗୀତ ଗାନ ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ରମ୍ଭା ଥାନା ଏସ. ଆଇ. ଧରିତ୍ରୀ ବିଶ୍ୱାଳ ଏବଂ ସମ୍ମାନିତ ଅତିଥି ଏ. ଏସ. ଆଇ ଛବିରାଣୀ ନାୟକ, ଇଁରାଜୀ ଅଧ୍ୟାପକ ଅମ୍ବିକା ପ୍ରସାଦ ସାମନ୍ତରାୟ, ସଂଯୋଜିକା ଭାବେ ଇଁରାଜୀ ଅଧ୍ୟାପିକା ସୁଶ୍ରୀ ସଙ୍ଗୀତା ପଣ୍ଡା, ସହ ସଂଯୋଜକ ଭାବେ ରାଜନୀତି ବିଜ୍ଞାନ ଅଧ୍ୟାପକ ଅମର ନାୟକ, ପ୍ରମୁଖ ମଞ୍ଚାସିନ ଅତିଥି ମାନଙ୍କୁ ଉପଢୌକନ ସହ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧନା କରାଯାଇଥିଲା l ମାଷ୍ଟର ଟ୍ରେନର ଶ୍ରୀମତୀ ଭାରତୀ ଗୌଡ଼, ଶ୍ରୀମତୀ କଲ୍ୟାଣୀ କୁମାରୀ ପଣ୍ଡା,ଶିକ୍ଷା ବିଭାଗ ଅଧ୍ୟାପକ କିଶୋର ଚନ୍ଦ୍ର ପାଇକ,ଅର୍ଥନୀତି ଅଧ୍ୟାପକ କାଳୀ ପ୍ରସାଦ ରେଡ୍ଡୀ ପ୍ରମୁଖ ମଞ୍ଚାସିନ ହୋଇ ଛାତ୍ରୀମାନଙ୍କୁ ନିଜ ନିଜର ଆତ୍ମ ସୁରକ୍ଷା ଉପରେ ବିଭିନ୍ନ ମତଦାନ କରିଥିଲେ l ଏଥିରେ ୧୪୭ ଜଣ ଛାତ୍ରୀ ୦୭ ତାରିଖ ଠାରୁ ୮ ଦିନ ଧରି ପ୍ରଶିକ୍ଷଣ ଶିବିରରେ ତାଲିମ୍ ଦିଆଯାଇ ଆଜି ଉଦଯାପିତ ହୋଇଯାଇଛି l ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ସାର୍ଟିଫିକେଟ ସହ ପେନ ପୁରସ୍କାର ଦିଆଯାଇଥିଲା l ବିଶ୍ୱନାଥ ରଥ ସତ୍ୟବାନ ପଣ୍ଡା, ବୈକୁଣ୍ଠ ନାୟକ, ଧରଣୀଧର ମଲ୍ଲିକ, ବିଦ୍ୟାଧର ବାରିକ ଏବଂ ବିଦ୍ୟାଳୟର କର୍ମରତ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l ଛାତ୍ରୀ ସନ୍ତୋଷି ବେହେରା, ଲୋପାମୁଦ୍ରା ସୁବୁଦ୍ଧି, ଇତିଶ୍ରୀ ଜାଲି ନିଜ ନିଜର ଅନୁଭୂତିକୁ ବଖାଣି ଥିଲେ l ତାଲିମ୍ ନେଇଥିବା ଛାତ୍ରୀମାନେ ସମସ୍ତଙ୍କ ସମ୍ମୁଖରେ କୌଶଳ ପାରଦର୍ଶିତା ପ୍ରଦର୍ଶନ କରିଥିଲେ l

Leave a Reply

Your email address will not be published. Required fields are marked *