



ରାୟଗଡ-ଅଜୟ ରଥ-ରାୟଗଡା ରେଳ ଡିଭିଜନର ପ୍ରଥମ ଡିଆରଏମ୍ ଭାବେ ଅମିତାଭ ସିଂଘଲଙ୍କୁ କେନ୍ଦ୍ର ରେଳ ବିଭାଗ ନିଯୁକ୍ତି ଦେବା ପରେ ସେ ଆଜି ପ୍ରଥମ ଥର ରାୟଗଡା ଗସ୍ତରେ ଆସି ନିଜ କାର୍ଯ୍ୟ ରେ ଯୋଗ ଦେଇଛନ୍ତି। ଆଜି ନୂଆ ଡିଆରଏମ୍ ଙ୍କୁ ଷ୍ଟେସନ ପରିସରରେ ଭବ୍ଯ ସ୍ବାଗତ କରାଯାଇଥିଲା। ଦାୟିତ୍ବ ନେବା ପରେ ରାୟଗଡ଼ା ରେଳ ମଣ୍ଡଳର କାର୍ଯ୍ୟ କିପରି ଅଗ୍ରଗତି ହୋଇପାରିବ ସେନେଇ ସେ ଅଧିକ ଧ୍ଯାନ ଦେବେ ବୋଲି ଗଣମାଧ୍ୟମ ଆଗରେ କହିଛନ୍ତି। ସେହିପରି ଯାତ୍ରୀ ମାନେ ରେଳରେ କିପରି ସୁରକ୍ଷିତ ଭାବେ ଯାତ୍ରା କରିପାରିବେ ଓ ଷ୍ଟେସନ ପରିସରକୁ କିପରି ଅଧିକ ସଫାସୁତୁରା କରାଯାଇ ପାରିବ ସେନେଇ ଉଦ୍ଯମ କରାଯିବ ବୋଲି ଡିଆରଏମ୍ ସିଂଘଲ କହିଛନ୍ତି। ଅନ୍ଯପଟେ ରେଳ ଡିଭିଜନ ପାଇଁ ଅନେକ ପ୍ରକଳ୍ପ ନିର୍ମାଣ ହେବାକୁ ଥିବା ବେଳେ ଉକ୍ତ ପ୍ରକଳ୍ପ ଗୁଡୀକ କିପରି ତ୍ବରିତ କାର୍ଯ୍ୟକାରୀ ହୋଇପାରିବ ସେନେଇ ସେ ଅଧିକ ଧ୍ଯାନ ଦେବେ ବୋଲି କହିଛନ୍ତି। ସେହିପରି ଲୋକଙ୍କୁ କିପରି ଅଧିକ ନିଯୁକ୍ତି ସୁଯୋଗ ମିଳିବ ତାହା ଉପରେ ରେଳ ବିଭାଗ କିର୍ଯ୍ଯ କରିବ ବୋଲି ସେ କହିଛନ୍ତି। ପ୍ରକାଶ ଥାଉ କି ଗତ 6 ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଭାସୀ ମାଧ୍ଯମରେ ରାୟଗଡା ରେଳ ମଣ୍ଡଳର ଶିଳାନ୍ଯାସ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ରେଳ ମଣ୍ଡଳ କାର୍ଯାଳୟ ଗୃହ ନିର୍ମାଣ ନିମନ୍ତେ କେନ୍ଦ୍ର ରେଳ ମନ୍ତ୍ରଣାଳୟ 107କୋଟି ଟଙ୍କାର ଅନୁଦାନ ମଞ୍ଜୁର କରିଛନ୍ତି।