ପାଞ୍ଚ ରାଜ୍ୟର ପ୍ରତିନିଧି ଦେଖିଲେ ଚମାଖଣ୍ଡି ବିଭବ କେନ୍ଦ୍ର ।

ଛତ୍ରପୁର : ୨୩.୧୨.୨୪
(ମିଥୁନ ବାରିକ୍)

ଛତ୍ରପୁର : ଛତ୍ରପୁର ବ୍ଲକ୍ ଚମାଖଣ୍ଡି ଗ୍ରାମ ପଞ୍ଚାୟତ ଯଜ୍ଞସାଳ ଗ୍ରାମରେ ବୁଲିଲେ ପାଞ୍ଚ ରାଜ୍ୟର ପ୍ରତିନିଧି ଦଳ ତଥା ,ଝାଡ଼ଖଣ୍ଡ, ବିହାର, ଗୁଜରାଟ, ୟୁପି ଓ ମଧ୍ୟପ୍ରଦେଶ ର ପ୍ରତିନିଧୀ ଦଳ ଶନିବାର ଗଂଜାମ ଜିଲା ଚମାଖଣ୍ଡି ଗ୍ରାମ ପଂଚାୟତ ଅନ୍ତର୍ଗତ ଯଜ୍ଞଶାଳ ଗ୍ରାମରେ ଥିବା ବିଭବ କେନ୍ଦ୍ରକୁ ପରିଦର୍ଶନ କରଛନ୍ତି। ସେଠାରେ ହେଉଥିବା ବିଭିନ୍ନ କାର୍ଯ୍ୟ ର ତଦାରଖ କରିଥିଲେ। କେନ୍ଦ୍ରରେ କିଭଳି ଭାବେ ମାଟିରେ ମିଶୁଥିବା ଅର୍ବଜନା ଓ ମାଟିରେ ନ ମିଶି ପାରୁଥିବା ଅବର୍ଜନା ଯଥା: ବିଭିନ୍ନ କିସମର ପ୍ଲାଷ୍ଟିକ, ପଲିଥିନ, ଜରି, ଭଙ୍ଗା ଟିଣ, ଭଙ୍ଗାରୁଜା କାଚ ଇତ୍ୟାଦିର କିଭଳି ଭାବେ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ସଦସ୍ୟଙ୍କ ଦ୍ୱାରା ସୁପରିଚାଳନା କରାଯାଉଛି ଏବଂ ଖତ ତିଆରି କରାଯାଉଛି ତାହାକୁ ବୁଲି ଦେଖିଥିଲେ। ସମସ୍ତ ପ୍ରକ୍ରିୟା ବିଶଦ ଭାବେ ବୁଝିଥିଲେ।
ଏଥିସହିତ ଚମାଖଣ୍ଡି ପଂଚାୟତର ଥିବା ଗୋଷ୍ଠୀ ଶୌଚାଳୟ ଦେଖିଥିଲେ। ଏହାପରେ ଶ୍ରୀରାମଚନ୍ଦ୍ରପୁର ପଂଚାୟତର ଏ ତୋଟାପଲ୍ଲୀ ଗ୍ରାମ ପରିଦର୍ଶନ କରିଥିଲେ। ସେଠାରେ ଆବର୍ଜନା ପାଣିର ସୁପରିଚାଳନା କରାଯାଉଛି ତାହା ଦେଖିଲେ ଏବଂ ବ୍ୟକ୍ତିଗତ ଶୌଚାଳୟ, ଗ୍ରାମର ଡ୍ରେନ ବ୍ୟବସ୍ଥା, ଗୃହରୁ ବାହାରୁଥିବା ଆବର୍ଜନାର ସୁପରିଚାଳନା ନିମନ୍ତେ ଦିଆଯାଉଥିବା ଅଳିଆ ଡବା(ଡଷ୍ଟବିନ) ବିଷୟରେ ପଚାରି ବୁଝିଥିଲେ।
ଏହି ପରିଦର୍ଶନ ଝାରଖଣ୍ଡ, ବିହାର, ଗୁଜରାଟ, ୟୁପି ଓ ମଧ୍ୟପ୍ରଦେଶ ରାଜ୍ୟ ମିଶନ ଡାଇରେକ୍ଟର , ଗଂଜାମ ଜିଲ୍ଲା ପରିଷଦର ସିଡିଓ ମଧୁସ୍ମିତା, ଓରମାସ ର ଡେପୁଟି ସିଇଓ , ଜଳ ଓପରିମଳ ର ଜିଲ୍ଲା ସଂଯୋଜିକା ନମିତା ପ୍ରଧାନ, ଛତ୍ରପୁର ବ୍ଲକର ଭାରପ୍ରାପ୍ତ ବିଡିଓ ଜୟଶ୍ରୀ ନାୟକ , ଚମାଖଣ୍ଡି ସରପଞ୍ଚ ସିଏଚ. ମନୋଜ କୁମାର ରେଡ୍ଡୀ, ପିଇଓ ଦଣ୍ଡପାଣି ପ୍ରଧାନ, ଓଡିଶା ଜିଭିକା ମିସନର ଛତ୍ରପୁର ବ୍ଲକ ପ୍ରକଳ୍ପ ସଂଯୋଜିକା ମାନିନୀ ଜେନା ଙ୍କ ଅନ୍ୟାନ୍ୟ ଅଧହିକାରୀ ଓ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ମା ମାନେ ।
ସୂଚନା ଯୋଗ୍ୟ ଗତ ୧୯ ତାରିଖ ରେ ଗୋପାଳପୁରରେ ଅନୁଷ୍ଠିତ ଦୁଇ ଦିନିଆ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ସମ୍ପର୍କିତ ଆଞ୍ଚଳିକ କର୍ମଶାଳାରେ ଯୋଗ ଦାନ ନିମନ୍ତେ ଝାଡ଼ଖଣ୍ଡ, ବିହାର, ଗୁଜରାଟ, ୟୁପି ଓ ମଧ୍ୟପ୍ରଦେଶ ର ପ୍ରତିନିଧୀ ଦଳ ଆସିଥିଲେ ।

Leave a Reply

Your email address will not be published. Required fields are marked *