କୁଏତରେ ଶ୍ରମିକ ଶିବିର ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ 

କୁଏତ ଗସ୍ତର ପ୍ରଥମ କାର୍ଯ୍ୟକ୍ରମ ଭାବରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କୁଏତର ମୀନା ଅବଦୁଲ୍ଲା ଅଞ୍ଚଳରେ ଏକ ଶ୍ରମ ଶିବିର ପରିଦର୍ଶନ କରିଛନ୍ତି ଯେଉଁଥିରେ ପାଖାପାଖି ୧୫୦୦ ଭାରତୀୟ ନାଗରିକ କାମ କରୁଛନ୍ତି । ପ୍ରଧାନମନ୍ତ୍ରୀ ଭାରତର ବିଭିନ୍ନ ରାଜ୍ୟରୁ ଆସିଥିବା ଭାରତୀୟ ଶ୍ରମିକଙ୍କ ସହ ଆଲୋଚନା କରିବା ସହ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ ।
ଏହି ଶ୍ରମ ଶିବିର ଗସ୍ତ ବିଦେଶରେ ଥିବା ଭାରତୀୟ ଶ୍ରମିକଙ୍କ କଲ୍ୟାଣ ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରାଥମିକତାକୁ ଦର୍ଶାଉଛି । ଗତ କିଛିବର୍ଷ ମଧ୍ୟରେ ସରକାର ବିଦେଶରେ ଥିବା ଭାରତୀୟ ଶ୍ରମିକଙ୍କ କଲ୍ୟାଣ ପାଇଁ ଇ-ମାଇଗ୍ରେଟ୍ ପୋର୍ଟାଲ, ମଦଦ୍‌ ପୋର୍ଟାଲ ଏବଂ ଉନ୍ନତ ପ୍ରବାସୀ ଭାରତୀୟ ବୀମା ଯୋଜନା ଭଳି ଅନେକ ଜ୍ଞାନକୌଶଳ ଭିତ୍ତିକ ପଦକ୍ଷେପ ଗ୍ରହଣ କରିଛନ୍ତି ।

Leave a Reply

Your email address will not be published. Required fields are marked *