ଶେଷ ହେଲା ଚତୁର୍ଥ ରାଜ୍ୟ ସ୍ତରୀୟ ମାଁ ଭୈରବୀ ମହୋତ୍ସବ…..ସମ୍ବଲପୁରୀ ଗାୟକ ରୁକସୁନାଙ୍କ ଗୀତରେ ଝୁମିଲେ ଦର୍ଶକ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ମିନି ଷ୍ଟାଡିଅମ ଠାରେ ଦୀର୍ଘ ଛ ଦିନ ଧରି ଚାଲିଥିବା ଚତୁର୍ଥ ରାଜ୍ୟ ସ୍ତରୀୟ ମାଁ ଭୈରବୀ ମହୋତ୍ସବ ବୁଧବାର ଦିନ ଉଦଯାପିତ ହୋଇଯାଇଛି।ସନ୍ଧ୍ୟା ରେ ମାଁ ଙ୍କ ଧୂପ ଓ ଆଳତୀ ପରେ ମହୋତ୍ସବ କମିଟି ର ସଭାପତି ଅଶୋକ କୁମାର ଅଗ୍ରୱାଲ ଙ୍କ ସଭାପତିତ୍ୱ ରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ଉଦଯାପନୀ ଦିବସ ରେ ମୁଖ୍ୟ ଅତିଥିଭାବେ ବୌଦ୍ଧ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ ପ୍ରଧାନ ଯୋଗ ଦେଇଥିବା ବେଳେ, ସମ୍ମାନିତ ଅତିଥି ଭାବେ ସମାଜ ସେବୀ ଅର୍ଜୁନ ସାହୁ, ଓଡ଼ିଶା ରାଜ୍ୟ ବୟାନିକା ଶିଳ୍ପ ର ଅଧକ୍ଷ ପ୍ରକାଶ ମେହେର ଯୋଗ ଦେଇଥିଲେ।ତା ପରେ ବିଭିନ୍ନ ଅନୁଷ୍ଠାନ ଦ୍ୱାରା କଳା ପ୍ରଦର୍ଶନ ହୋଇଥିଲା। ଉଦଯାପନୀ ଦିବସ ର ମୁଖ୍ୟ ଆକର୍ଷଣ ଥିଲା ପଶ୍ଚିମ ଓଡ଼ିଶା ର ସୁନାମ ଧନ୍ୟ ମେଲୋଡି଼ ପାର୍ଟି ଆର କେ ରକଷ୍ଟାର ରୁକସୁନା ମେଲୋଡି ପାର୍ଟି। ଆଧୁନିକ ଗୀତ ସାଙ୍ଗ କୁ ସମ୍ବଲପୁରୀ ଗୀତରେ ଦର୍ଶକ ଝୁମି ଯାଇଥିଲେ। ଦୀର୍ଘ ଛ ଦିନ ଧରି ଚାଲିଥିବା ଏହି ମହୋତ୍ସବ ରେ ସାମିଲ ହୋଇଥିଲେ ଓଡ଼ିଶା ର କୋଣ ଅନୁକୋଣ ରୁ ଆସିଥିବା ବିଭିନ୍ନ କଳା ଓ ସଂସ୍କୃତି ଅନୁଷ୍ଠାନ ସାଙ୍ଗ କୁ ବିଧାୟକ,ନେତା, ମନ୍ତ୍ରୀ, ଏବଂ ସରକାରୀ ଅଧିକାରୀ। ବିଶେଷ କରି ହାସ୍ୟ ଅଭିନେତା ପପୁ ପମପମ, ପ୍ରଜ୍ଞା, ଶଙ୍କର,ଧାରାବାହିକ ଅଭିନେତ୍ରୀ ହିରଣ୍ୟମୟୀ ଙ୍କ ଅଭିନୟ ଓ ସମ୍ବଲପୁରୀ କଣ୍ଠଶିଳ୍ପୀ ରୁକ ସୁନା ଓ ଅର୍ଚନା ପାଢ଼ୀ ଙ୍କ ସମ୍ବଲପୁରୀ ଗୀତ ସମସ୍ତ ଦର୍ଶକ ଙ୍କୁ ମତୁଆଲା କରିଥିଲା।ମିନାବଜାର, ସାଙ୍ଗକୁ ଆକର୍ଷଣୀୟ ଘର କରଣା,ସୁସ୍ବାଦୁ ଚଟପଟି ଖାଦ୍ୟ ର ବେଶ ମଜା ନେଇଥିଲେ ଜନସାଧାରଣ।ସାଧାରଣ ସଭା ର ମଞ୍ଚ ପରିଚାଳନା ଦାଇତ୍ୱ ରମେଶ ଚନ୍ଦ୍ର ତାରିଣୀଆ ତୁଲାଉ ଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ର ମଞ୍ଚ ପରିଚାଳନା ଅଶୋକ ମହାନ୍ତି ଓ ଅର୍ଚିତା ପାଢ଼ୀ କରିଥିଲେ।ଦୀର୍ଘ ଛ ଦିନ ଧରି ଚାଲିଥିବା ମହୋତ୍ସବ କୁ ପୋଲିସ ପ୍ରଶାସନ ର ସହଯୋଗ ସହିତ ଭୈରବୀ ମହୋତ୍ସବ କମିଟି ର ଆବାହକ ବିଭୁଦତ୍ତ ବୋଷ, ସମ୍ପାଦକ ଅଶୋକ ସେଠୀ, ସାଙ୍ଗଠନିକ ସମ୍ପାଦକ ପ୍ରାଣବନ୍ଧୁ ସାହୁ, କାର୍ଯ୍ୟକାରି ସଭାପତି ସୁକାନ୍ତ ପଟନାୟକ, ସାଂସ୍କୃତିକ ସମ୍ପାଦକ ବିଶ୍ୱଜିତ ପ୍ରଧାନ, ସତୀଶ ବେହେରା, ମନୋଜ ପାଢ଼ୀ, ମନୋଜ ସାହୁ, ଅକ୍ରୁର ସେଠୀ, କୈଳାସ ଅଗ୍ରୱାଲ, ବାଳକୃଷ୍ଣ ନାୟକ, ବିକାଶ ମିଶ୍ର, ପ୍ରମୋଦ ମହାପାତ୍ର, ସତ୍ୟ ନାୟକ, ପ୍ରଶାନ୍ତ ସେଠୀ ଙ୍କ ସମେତ କମିଟି ର ସମସ୍ତ ସଦସ୍ୟ ଓ ବିଶେଷ କରି ହରଭଙ୍ଗା ବ୍ଲକ ର ଡ୍ରାଇଭର ମହାସଂଘ ନିଜ କାର୍ଯ୍ୟଭାର ସୁଚାରୁ ରୁପେ ତୁଲେଇଥିଲେ।
ବ୍ୟୁରୋ ରିପୋର୍ଟ କଳିଙ୍ଗପ୍ରଭା ଟିଭି

Leave a Reply

Your email address will not be published. Required fields are marked *