ଧାନ ବୋଝେଇ ଟ୍ରାକ୍ଟର ଓଲଟି ଡ୍ରାଇଭର ମୃତ୍ୟୁ

ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ରାଣିମୁଣ୍ଡା ଗ୍ରାମରେ ଟ୍ରାକ୍ଟର ଓଲଟି ଡ୍ରାଇଭରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି । ଘଟଣାରୁ ପ୍ରକାଶ ଯେ ଅପରାହ୍ନ ୪ ଘଣ୍ଟା ସମୟରେ ଗ୍ରାମର ଜଣେ ବ୍ୟକ୍ତିଙ୍କ ଚାଷ ଜମିରୁ ଧାନ ଆଣୁଥିବା ବେଳେ ଓଡ଼ି ୨୬ ଇ ୪୫୯୦ ଟ୍ରାକ୍ଟର ଓଲଟି ପଡିଥିଲା । ଡ୍ରାଇଭର ଜଣକ କୋଟମାଲ ଗ୍ରାମର ପବିତ୍ର ଶବର (୨୫) ବୋଲି ଜଣା ପଡ଼ିଛି । ଦୁର୍ଘଟଣା ପରେ ଖଡ଼ିଆଳ ପୁଲିସକୁ ଜଣାଇବା ପରେ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କରିଥିବା ବେଳେ ଡ୍ରାଇଭରଙ୍କ ମୃତ୍ୟୁ ହୋଇ ଯାଇଥିଲା । ମୃତକଙ୍କ ପରିବାର ପକ୍ଷରୁ ସହାୟତା ଦାବି କରି ଶବକୁ ପୁଲିସକୁ ଦେଇ ନାହାନ୍ତି । ମୃତ ଡ୍ରାଇଭରଙ୍କ ସ୍ତ୍ରୀ ଟିକେମଣି ଶବର ଓ ଦୁଇ ଜଣ ନାବାଳକ ପୁଅ ଅଛନ୍ତି । ସମ୍ପୃକ୍ତ ଟ୍ରାକ୍ଟର ମାଲିକ ଘଟଣା ସ୍ଥଳକୁ ଆସୁନଥିବାରୁ ଉତ୍ତେଜନା ଲାଗି ରହିଛି । ଏନେଇ ଖଡ଼ିଆଳ ଥାନା ଅଧିକାରୀ ଙ୍କୁ ପଚାରିବାରୁ ପୁଲିସ ଘଟଣା ସ୍ଥଳରେ ଅଛି । ମୃତ ପରିବାର ପକ୍ଷରୁ ବର୍ତ୍ତମାନ ପର୍ଯ୍ୟନ୍ତ ଥାନାରେ ଅଭିଯୋଗ କରିନାହାନ୍ତି ବୋଲି ପ୍ରକାଶ କରିଥିଲେ ।

Leave a Reply

Your email address will not be published. Required fields are marked *