ନିମ୍ନ ମାନର ଖାଦ୍ୟ ଅଭିଯୋଗ ନେଇ ଫାଟକ ବାହାରେ ଧାରଣାରେ କୁନି କୁନି ଛାତ୍ର

ରାୟଗଡ-ତପନ କାଡ୍ରାକା-ରାୟଗଡ ଜିଲ୍ଲା ସଦର ବ୍ଲକ କନ୍ଧ ମାଲିଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଆବାସିକ ଛାତ୍ର ମାନେ ନିମ୍ନ ମାନର ଖାଦ୍ୟ ଦେଉଥିବା ଅଭିଯୋଗ କରି ଆଜି ସନ୍ଧ୍ୟା ୫ ଟା ସମୟରୁ ୬.୩୦ ପର୍ଯ୍ୟନ୍ତ ଧାରଣାରେ ବସିଥିବ ଘଟଣା ଦେଖିବାକୁ ମିଳିଛି। ସୂଚନା ମୁତାବକ ଗ୍ରାମବାସୀଙ୍କ ଅଭିଯୋଗ କ୍ରମେ ଉକ୍ତ ବିଦ୍ୟାଳୟରେ ନିମ୍ନ ମାନର ଖାଦ୍ୟ ସହ ପୋଚି ଯାଇଥିବା ଆମ୍ବୃତଭଣ୍ଡା, ଆଳୁ ଆଦି ଖାଇବାକୁ ଦେଉଥିବା ନେଇ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାପଡିଛି । ଏହି ସେବାଶ୍ରମର ପ୍ରାୟ ୪୦ ଜଣ ଅନ୍ତେବାସୀ ରହିଛନ୍ତି।ଯାହା ଶୁଣିବାକୁ ମିଳୁଛି ଛାତ୍ର ମାନଙ୍କୁ ଗତ ୫ ମାସ ହେଲା ଦୈନଦିନ ବ୍ୟବହାର୍ଯ୍ୟ ପାଇଁ ଆସୁଥିବା ଅର୍ଥକୁ ବାଟମାରଣା କରି କୌଣସି ସାବୁନ, ତେଲ ଭଳି ଦ୍ରବ୍ୟ ଦେଉନଥିବା କିଛି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏଭଳି ସ୍ଥଳେ ମଙ୍ଗଳ ବିଭାଗ ଦ୍ବାରା ପରିଚାଳିତ ଏହି ସେବାଶ୍ରମ ଗୁଡିକରେ ସମସ୍ୟା ପରେ ସମସ୍ୟା ମୁଣ୍ଡ ଟେକୁଛି। କେତେବେଳେ ଅନ୍ତେବାସୀଙ୍କ ମୃତ୍ୟ ଘଟଣା ତ କେତେବେଳେ ନିମ୍ନ ମାନର ଖାଦ୍ୟ ଭଳି ଅଭିଯୋଗ ଏକ ନୀତିମତ ଘଟଣା ହୋଇଯାଇଛି। ଘଟଣାସ୍ଥଳରେ ଦେଢ ଘଣ୍ଟା କାଳ ଫାଟକ ଆଗରେ ବସିବା ପରେ ରାୟଗଡ ବ୍ଳକ୍ ଅଧ୍ୟକ୍ଷା ଟୁନି ହୁଇକା, ଗୋଷ୍ଠୀ ମଙ୍ଗଳ ଅଧିକାରୀ ପ୍ରକାଶ ନାୟକ ଙ୍କ ସହ କ୍ଲଷ୍ଟର ସିଆରସି ଓ ପ୍ରଧାନ ଶିକ୍ଷୟିତ୍ରୀ ଫୁଲମତି ମୁଦୁଲି ଆଦି ପହଞ୍ଚି ଅନ୍ତେବାସୀଙ୍କୁ ଭିତରକୁ ନେଇ ଯାଇଥିଲେ। ଏ ନେଇ ଗୋଷ୍ଠି ମଙ୍ଗଳ ଅଧିକାରୀ ପ୍ରକାଶ ନାୟକ କହିଥିଲେ ଘଟଣା କଣ ହୋଇଛି ସେ ବିଷୟରେ ଆମେ ଜାଣି ନାହୁ । ଛାତ୍ରଙ୍କ ସହ ଆଲୋଚନା ପରେ ଆମେ ଜଣାଇବୁ ବୋଲି ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *