ଜୀବିକା ହରାଇ ଭୋକ ଉପାସରେ କୈବର୍ତ୍ତ ପରିବାର

ପାରାଦୀପ କୁଜଙ୍ଗ ,କେନ୍ଦ୍ରାପଡ଼ା ଜଗତସିଂପୁର, କୈବର୍ତ୍ତ ପରିବାର ନିଜର ଜୀବିକା ହରାଇ ଭୋକ ଉପାସରେ ଜୀବନ ବିତାଉ ଥିବା ଜଣା ଯାଇଛି l ମହା ନଦୀରେ ମାଛ ମାରି ନିଜର ଗୁଜୁରାଣ ମେଣ୍ଟାଇବା ବେଳେ ନିଜ ପରିବାର ର ଦୁଃଖ କଷ୍ଟ ସହ ପିଲାମାନଙ୍କର ପାଠ ପଢ଼ି କରି ମଧ୍ୟ କରି ଆସୁଥିଲେ l ଇତି ମଧ୍ୟରେ କମ୍ପାନୀ ମାନଙ୍କର ବର୍ଯ୍ୟ ବସ୍ତୁ ଗୁଡିକ ନଦୀ ଗର୍ଭ କୁ ଛାଡ଼ିବା ଓ ଗ୍ୟାସ ଛାଡ଼ିବାରୁ ନଦୀରେ ଥିବା ଜଳ ଜୀବ ସହ ମାଛ ଗୁଡ଼ିକ ମରି ଯାଉଥିବାରୁ ନଦୀରେ ଆଉ ମାଛ ହେଉ ନ ଥିବା ବେଳେ କୈବର୍ତ୍ତ ପରିବାର ନାହି ନ ଥିବା ହଇରାଣ ରେ ପଡି ନିଜର ଜୀବିକା ହରାଇ ବସିଛନ୍ତି l କାହିଁ କେତେ ଯୁଗରୁ କୁଜଙ୍ଗ ଷଣ୍ଢ ରାଜାଙ୍କ ଅମଳରୁ ସତାବନ କିତା ନଦୀକୁ କୈବର୍ତ୍ତ ସମାଜ ଥିବା ପର୍ଯ୍ୟନ୍ତ ଦେଇ ଥିବା ବେଳେ ଏବେ ସେହି ନଦୀକୁ ଧୀରେ ଧୀରେ ଜବର୍ କରି ନିୟା ଯାଉ ଥିବା ଓ କମ୍ପାନୀ ମାନଙ୍କର ପ୍ରଦୂଷିତ ଜଳ ନଦୀ ଜଳରେ ମିଶିବାରୁ ସମୁଦ୍ର ରୁ ଆସୁଥିବା ମାଛ ମାନେ ଆସିବାର ବାଧା ସୃଷ୍ଟି ହେବାରୁ ନଦୀରୁ ଧୀରେ ଧୀରେ ମାଛ ଶୂନ୍ୟ ହେବାରେ ଲାଗିଛି l ଏଥି ସହ ଅନୁ ପ୍ରବେଶ କାରି ବଙ୍ଗାଳୀ ମାନେ ନଦୀରେ ଯାହା କିଛି ମାଛ ରହୁଛି ସେମାନେ ଜବର ଦସ୍ତ ମାଛ ମାରି ନେଉ ଛନ୍ତୀ l ଏଥିନେଇ କୈବର୍ତ୍ତ ସମାଜ ନିଜର ଜୀବିକା ହରାଇ ବସିଛନ୍ତି l ଏହାକୁ ନେଇ ଆଜି କୁଜଙ୍ଗ, ପାରାଦୀପ , ଜଗତସିଂପୁର କେନ୍ଦ୍ରାପଡ଼ା ଜିଲ୍ଲାର ସହ ସହ କୈବର୍ତ୍ତ ଭାଇ ମାନେ ମିଳିତ ଭାବେ କୈବର୍ତ୍ତ ମହା ସଭା ଡକାଇ ନିଜର ଅସୁବିଧା ଜଣାଇ ଥିଲେ l ଯଦି ସରକାର୍ ଏହି କୈବର୍ତ୍ତ ମାନଙ୍କ ଦୁଃଖ ଦୁର୍ଦ୍ଦଶାକୁ ନ ବୁଝନ୍ତି ତେବେ ଆଗକୁ ଏହାକୁ ତୀବ୍ର ତର କରାଯିବ ବୋଲି ଚେତାବନୀ ଦେଇଛନ୍ତି l ପାରାଦୀପ ରୁ ପୁରୁଷୋତ୍ତମ ଶତପଥି ଙ୍କ ରିପୋର୍ଟ୍

Leave a Reply

Your email address will not be published. Required fields are marked *