ଜୀବନ ବୀମା ଅଭିକର୍ତା ସଙ୍ଘ, କଟକ ଶାଖା-୧ ର ବାର୍ଷିକ ସାଧାରଣ ଅଧିବେଶନ

କଟକ ଚୌଧୁରୀ ବଜାର, ସ୍ଥିତ କର୍ମବୀର ଗୌରୀଶଙ୍କର ଟାଉନହଲ ଠାରେ ଭାରତୀୟ ଜୀବନ ବୀମା ଅଭିକର୍ତା ସଂଘ, କଟକ ଶାଖା -୧ ର ବାର୍ଷିକ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ସେଥିରେ ଶାଖା ର ସଭାପତି ବିଭୁଦତ୍ତ ମହାନ୍ତି ସଭାପତିତ୍ବ କରିଥିଲେ । ଉକ୍ତ ସଭାରେ ଜୀବନ ବୀମା ଅଭିକର୍ଭା ମହାସଂଘ କଟକ ମଣ୍ଡଳ ପରିଷଦ ର ସଭାପତି ଦେବେନ୍ଦ୍ର କୁମାର ମୁଦୁଲି, ସମ୍ପାଦକ ଜ୍ଞାନେନ୍ଦ୍ର କୁମାର ମିଶ୍ର ଓ ମଣ୍ଡଳ ପରିଷଦ ର ଅନ୍ୟାନ୍ୟ ନେତୃମଣ୍ଡଳୀ ଉପସ୍ଥିତ ରହି ଅଭିକର୍ଭା ମାନଙ୍କର ସମସ୍ୟା ଓ ତାର ସମାଧାନ ବିଷୟ ରେ ଆଲୋଚନା କରିଥିଲେ ICLIA S, O. ର ଶାଖା ପରିଚାଳକ ଅଭିଳାଷ ଆଚାର୍ଯ୍ୟ, କଟକ ଶାଖା -୧ ର ଶାଖା ପରିଚାଳକ ବିଶ୍ବଜିତ ଦାସ ଓ ଉପ ଶାଖା ପରିଚାଳକ ବିଦ୍ୟାଧର ପୃଷ୍ଟି ଯୋଗ ଦେଇ ଅଭିକର୍ତା ମାନଙ୍କୁ ସବୁ ପ୍ରକାର ସହଯୋଗ କରିବାକୁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ । ଉକ୍ତ ସଭା ରେ ଭାରତୀୟ ଜୀବନ ବୀମା ନିଗମ, କଟକ ମଣ୍ଡଳ ର ମ୍ୟାହେୱେଲ(Product & Digital Marketing) ପ୍ରଳୟ କୁମାର ନାୟକ, ମୁଖ୍ୟ ଅତିଥି ଭାବେ ଯୋଗ ଦେଇ, କିଭଳି ଅଭିକର୍ତା ମନେ ଅଧ‌ିକ ରୁ ଅଧୁକ ନୂତନ ବ୍ୟବସାୟ କରି ପାରିବେ, ଏବଂ ନୂତନ ବ୍ୟବସାୟ ର ଜ୍ଞାନ କୌଶଳ ର ତଥ୍ୟ ବିସ୍ତୃତ ଭାଦରେ ଆଲୋଚନା କରିଥିଲେ । ସର୍ବ ଶେଷ ରେ ଶାଖା ସଂଘ ର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ଶାଖା ସଂଘ ର ନୂତନ ଶାଖା ସଭାପତି ଭାବେ ମହେନ୍ଦ୍ର କୁମାର ପ୍ରହରାଜ,ଶାଖା ସମ୍ପାଦକ ପ୍ରଭାତ କୁମାର ମହାପାତ୍ର, ଶାଖା କୋଷାଧ୍ଯକ୍ଷ ଜଗନ୍ନାଥ ପଣ୍ଡା, ଶାଖା ଉପ ସଭାପତି ଅଞ୍ଜନ କୁମାର ନାୟକ, ବିରଣ କୁମାର ପଟ୍ଟନାୟକ, ସହ-ସମ୍ପାଦକ ରାଜେଶ ସାହୁ, ଅଶୋକ କୁମାର ସାହୁ,ବୃନ୍ଦାବନ ନିଶ୍ବାଳ, ସାଧନ କୁମାର ସାହୁ,ସଂଗଠକ ସମ୍ପାଦକ ରଶ୍ମି ରଞ୍ଜଳ ସାମନ୍ତରାୟ, ଶିବ ପ୍ରସାଦ ମହାପାତ୍ର, ଜ୍ୟୋସ୍ନା ରାଣୀ ପରିଡା, ରଞ୍ଜନ- କୁମାର ବେଉରା ମନୋନୀତ ହୋଇଥିଲେ । ନୂତନ କର୍ମକର୍ତା ମାନଙ୍କୁ LIAFI ର କେନ୍ଦ୍ରୀୟ କାର୍ଯ୍ୟନିର୍ବାହୀ କମିଟି ସଦସ୍ୟ ନାରାୟଣ ସାହୁ ଶପଥ ପାଠ କରାଇଥିଲେ । ଉକ୍ତ ସଭା ରେ ବରିଷ୍ଠ ଅଭିକର୍ତା ଶ୍ରୀଧର କୁମାର ବେହେରା ସମ୍ମାନୀତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *