

ରାୟଗଡା ଜିଲ୍ଲା ରୁ ( ତପନ କାଡ୍ରାକା ଙ୍କ ରିପୋର୍ଟ ନଭେମ୍ବର ୨୬ ସମ୍ବିଧାନ ଦିବସ ଅବସରରେ ରାୟଗଡା ଜିଲ୍ଲା ର ୧୧ ଗୋଟି ବ୍ଲକ କୁ ନେଇ ଜିଲ୍ଲା ସ୍ତରୀୟ ଡମ ସମାଜ ଦିଆଲ ପରବ ଭେଟ ଘାଟ ବର୍ଷ -( ୨ ) ବେଶ୍ ଧୁମଧାମ୍ରେ ପାଳନ ଉତ୍ସବ ସଭାପତି ଧିମାନ ଧନିରାମ ନାୟିକ ଙ୍କ ନେତୃତ୍ୱ ଅନୁଷ୍ଠିତ ହଇଛି l ଏହି କାର୍ଯ୍ୟକ୍ରମରେ ଡମ ମାନଙ୍କ ଦ୍ୱାରା ନାଚ-ଗୀତ ମାଧ୍ୟମରେ କଳା ସାଂସ୍କୃତିକ ପରିବେଷଣ କରାଯାଇ ସଂସ୍କୃତିର ଗୌରବ ଓ ଐତିହ୍ୟକୁ ଓଡ଼ିଶା ସମେତ ଭାରତ ଓ ସାରା ବିଶ୍ୱରେ ପ୍ରଚାର ପ୍ରସାର କରି ଡମ ସମାଜ ପରମ୍ପରା କୁ ବଜାୟ ରଖିବା ପାଇଁ ଶପଥ ନେଇଥିଲେ l ଏହି ଉତ୍ସବରେ ରାୟଗଡା ଜିଲ୍ଲାର ପ୍ରାୟ ୧୧ ଗୋଟି ବ୍ଲକ ର ସମସ୍ତ ଗ୍ରାମପଞ୍ଚାୟତ ଓ ଗ୍ରାମରୁ ଲୋକମାନେ ଯୋଗ ଦେଇଥିଲେ । ଏହି ଉତ୍ସବରେ ପ୍ରାୟ ୫୦ ହଜାର ରୁ ଉର୍ଦ୍ଧ ଲୋକ ଉପସ୍ଥିତ ହୋଇଥିବାରୁ କାର୍ଯ୍ୟକ୍ରମ ବିଶେଷ ଆକର୍ଷଣ ସୃଷ୍ଟି କରିଥିଲା l ଅନେକ ବ୍ଲକ୍ ରୁ ଆସିଥିବା ଲୋକମାନେ ରେଲ୍ୱେ ଛକ,କୋରାପୁଟ ଛକ, ମେଡିକାଲ ଛକ ରୁ ପାରମ୍ପାରିକ ବାଜା ସହ କଳାହାଣ୍ଡିଆ ଦୁଲଦୁଲି ବାଦ୍ୟଯନ୍ତ୍ର ମାଧ୍ୟମରେ ସମସ୍ତେ ମନୋରଞ୍ଜନ ର ସହିତ ବାଣଫୁଟାଇ ରାୟଗଡା ବସଷ୍ଟାଣ୍ଡ ନିକଟରେ ଥିବା ଡ଼.ବି.ଆର ଅମ୍ବେଦକର ଙ୍କ ପ୍ରତିମୂର୍ତ୍ତି ରେ ଏକତ୍ରିତ ହୋଇ ପୁଷ୍ପ ମାଲ୍ୟ ଅର୍ପଣ କରି ପ୍ରେରଣାଦାୟୀ ସହର ପରିକ୍ରମା କରି ଜି. ସି. ଡି ପଡ଼ିଆରେ ଡମ ସମାଜ ଦ୍ୱାରା ଆୟୋଜିତ ହୋଇଥିବା ଷ୍ଟେଜ୍ ନିକଟକୁ ପହଞ୍ଚି ସମସ୍ତେ ନିଜ ନିଜର ସ୍ଥାନ ଗ୍ରହଣ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ଡମ ସମାଜର ପରମ୍ପରା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଉତ୍ସବ ର ମୁଖ୍ୟ ଅତିଥି ଡ଼କ୍ଟର ଦୟାନିଧି ବାଗ, ସମ୍ମାନିୟ ଅତିଥି ଉପେନ୍ଦ୍ର ନାଏକ, ରବିନ୍ଦ୍ର ଖସଲା, ମୋହନ ମହାନନ୍ଦିଆ, ସଂଗୀତା ନାଏକ, ଚନ୍ଦ୍ରକଳା ନାଏକ,ମୁଖ୍ୟ ବକ୍ତା କ୍ଷେତ୍ରବାସୀ ମାନସେଟଙ୍କୁ ଡମ ସମାଜ ତରଫରୁ ମଞ୍ଚ ଉପରେ ସମ୍ମାନିତ କରି କାର୍ଯ୍ୟକ୍ରମକୁ ଆଗେଇ ନେବା ସହିତ ପ୍ରଥମେ ବାବା ସାହେବ ଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି କାର୍ଯ୍ୟକ୍ରମ କୁ ଆଗେଇ ନେଇଥିଲେ । ଏହି ଉତ୍ସବରେ ରାୟଗଡା ଜିଲ୍ଲା ୧୧ ଗୋଟି ବ୍ଲକ ର ସଭାପତି ସମ୍ପାଦକ ନାଇକ,ଧାଙ୍ଗଡ଼ା ମାଜି,ଏଣ୍ଡିଆ ଏବଂ ଅଭିଭକ୍ତ କରାପୁଟ ଜିଲ୍ଲା ର ବୁଦ୍ଧିଜୀବୀ ସମାଜସେବୀ ଆଇନ ଜୀବି ଉପସ୍ଥିତ ରହିଥିବା ବେଳେ ରାୟଗଡା ଜିଲ୍ଲା ସମସ୍ତ ବ୍ଲକ୍ର ହଜାର ହଜାର ସଂଖ୍ୟା ରେ ଯୋଗଦେଇ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ।