ବନ ବିଭାଗର ଚଢାଉ : ୧୦ଲକ୍ଷର ସାଗୁଆନ କାଠ ଓ ଉଡକାରଭିଙ୍ଗ ମେସିନ ଜବତ।

ସିନାପାଲି ବ୍ଲକ ସଦର ଗ୍ରାମ ଜଣଙ୍କ ଘରେ ବେଆଇନ ସାଗୁଆନ କାଠ ରେ ଫର୍ନିଚର ନିର୍ମାଣ ଚାଲିଥିବା ବେଲେ ବନ ବିଭାଗ ମଙ୍ଗଲବାର ଚଢାଉ କରିଛି। ପ୍ରାପ୍ତଖବର ଅନୁସାରେ ଏଠାରେ ଏକବର୍ଷରୁ ଅଧିକ ଦିନହେବ ବେଆଇନ ଭାବେ ସାଗୁଆନ କାଠ ରେ ଫର୍ନିଚର ତଥା ପଲଙ୍କ, କବାଟ ଓ ଅନ୍ୟାନ୍ୟ ସାମଗ୍ରୀ ତିଆରି କରି ବିକ୍ରୀ ହେଉଥିଲା। କୌଣସି ସୁତ୍ର ରୁ ବନ ବିଭାଗ ଖବର ପାଇଁ ଖଡିଆଳ ଏସିଏଫ ମହମ୍ମଦ ମୁସଥପା ସାଲିଆ ଙ୍କ ନେତୃତ୍ବ ରେ ଏକ ଟିମ ଚଢାଉ କରିଥିଲା। ସେଠାରୁ ୨ ଟ୍ରିପ ଟ୍ରାକ୍ଟର ସାଗୁଆନ କାଠ ଓ ଫର୍ନିଚର ତିଆରି ଉଡକାର ଭିଙ୍ଗ ମେସିନ ଜବତ କରାଯାଇଛି। ସେହି ଉଭୟ ସାମଗ୍ରୀ ର ଅନୁମାନିକ ମୁଲ୍ଯ ୧୦ଲକ୍ଷରୁ ଅଧିକ ହେବ ବୋଲି ଜଣାପଡିଛି।ଅନ୍ୟପକ୍ଷରେ ବେଆଇନ ଭାବେ କାମ କରୁଥିବା ବେପାରୀ ଫେରାର୍ ଥିବା ପ୍ରକାଶ ପାଇଛି।ଏନେଇ ଅଧିକ ସୁଚନା ପାଇଁ ଏସିଏଫ ଙ୍କୁ ପଚାରିବାରୁ ଚଢାଉର କାର୍ଯ୍ୟ ଚାଲିଛି ଶେଷ ହେଲାପରେ ସମ୍ପୂର୍ଣ୍ଣ ତଥ୍ଯ ଜଣାପଡିବ ବୋଲି କହିଛନ୍ତି। ଏହି ଚଢାଉ ରେ ସିନାପାଲି ବନାଞ୍ଚଳ ଅଧିକାରୀ ଜୟଦେବ ମାଝି, ଫରେଷ୍ଟର ଖଗେଶ୍ୱର ମାଝି, ଦୁର୍ଯ୍ୟୋଧନ ଦିକ୍ଷିତ, ଗୋପାଳ ମହାନନ୍ଦ, ରଂଜନ ସାହୁ, ସୁଦାମ ବାଗ, ରମା ରଂଜନ ରାଉତ ସହ ଖଡିଆଳ, କୋମନା, ନୂଆପଡା, ସିନାପାଲି ବନ ବିଭାଗର କର୍ମଚାରୀ ସାମିଲ ଥିଲେ।

Leave a Reply

Your email address will not be published. Required fields are marked *