
ଉମରକୋଟ ତା 24/11/24-ନବରଙ୍ଗପୁର ଜିଲ୍ଲା ଝରିଗାଁ ନିର୍ବାଚନ ମଣ୍ଡଳୀର ବିଧାୟକ ନରସିଂହ ଭତରା ଉମରକୋଟ ବ୍ଲକର ବିଧାୟକ ପ୍ରତିନିଧି ଭାବେ ବ୍ଲକର ଜଣେ ବରିଷ୍ଠ ବିଜେପି କର୍ମୀ ସୋନା ମାଝୀ ଙ୍କୁ ମନୋନୀତ କରିଛନ୍ତି |ଆଜି ବିଧାୟକ ନରସିଂହ ଭତରା ନିଜ ବିଜେପି କାର୍ଯ୍ୟାଳୟ ପୂର୍ଲାଟାରେ ସୋନା ମାଝୀ ଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି |ବିଧାୟକଙ୍କ ଅନୁପସ୍ଥିତିରେ ଶ୍ରୀ ମାଝୀ ତାଙ୍କ ପ୍ରତିନିଧି ଭାବେ ତାଙ୍କର ସମସ୍ତ କାର୍ଯ୍ୟ ତୁଲେଇବା ସହିତ ଜନସାଧାରଣ ମାନଙ୍କ ସହିତ ରହି ଅଞ୍ଚଳର ବିକାଶ ପାଇଁ କାର୍ଯ୍ୟ କରିବା ନେଇ ବିଧାୟକ ଶ୍ରୀ ଭତରା ସୂଚନା ଦେଇଛନ୍ତି |ଏହି ସ୍ମାରକପତ୍ର ପ୍ରଦାନ ବରିଷ୍ଟ ବିଜେପି ନେତା ଆଶୁତୋଷ ମଣ୍ଡଳ, ବାସନ୍ତୀ ମାଝୀ, କମଲୁ ମାଝୀ, ଦୋଳସାୟ ଭତରା, କୁର୍ଷଣ ମାଝୀ, ପବିତ୍ର ଗୋରଡା,ଉତ୍ତମ ହରିଜନ,, ବୋଲରମ ଗଣ୍ଡ ଚନ୍ଦ୍ର ସେକର ପୂଜାରୀ ,ସମେତ ଶତାଧିକ କର୍ମୀ ଓ ସମର୍ଥକ ଉପସ୍ଥିତ ରହିଥିଲେ |
ଉମେରକୋଟ ରୁ ସନ୍ତୋଷ ଦଳାଇ ଙ୍କ ରିପୋର୍ଟ