

ରାଜଗାଙ୍ଗପୁର 26/11/24 : ଗତ କାଲି ଅପରାହ୍ନ ରେ ସୁନ୍ଦରଗଡ଼ ଟାଉନ ପୋଲିସ ଙ୍କୁ ବଡ଼ ସଫତା
ହାସଲ କରି ପାରିଛନ୍ତି l ଗତ କାଲି ଅପରାହ୍ନ 3,30 ଅନୁଗୁଳ
ସ୍ଥିତ ନାଲକୋ ପ୍ଲାଣ୍ଡ ଠାରୁ ଟ୍ରକ ନମ୍ବର ଓ ଡି,ଏଫ7626 ରେ ଆଲୁମିନିୟମ ପ୍ଲେଟ ଲୋଡ଼ କରି ରାଜସ୍ତାନ ପ୍ରଦେଶ ର ଭିବାନ୍ଧି ଯାଉଥିବା ବେଳେ କୌଣସି ସୂତ୍ରରୁ ସୁନ୍ଦରଗଡ଼ ଟାଉନ ପୋଲିଷ ଙ୍କୁ ଖବର ପାଇବା ପରେ ଟାଉନ ଥାନା ଏସ ଆଇ ବି ଡି ମହାନ୍ତ ଙ୍କ ନେତୃତ୍ୱ ସୁନ୍ଦରଗଡ଼ ନିକଟ ଲୁହାର ଢିପା ଓଭର ବ୍ରିଜି ପାଖରେ ଉକ୍ତ ଟ୍ରକକୁ ଅଟକାଇ ଟାଉନ ଥାନାକୁ ନେଇ ଆସି ଥିଲେ ସେଠାରେ ତଦନ୍ତ କରିବା ପରେ ଉକ୍ତ ଟ୍ରକରୁ ଦୁଇଟି ବଡ଼ ଛୋଟ 4 ଟି ପକେଟ ରେ ଗଂଜେଇ ଲୋଡ଼ ଥିବା ଦେଖିବାକୁ ମିଳିଥିଲା l ଟ୍ରକ ରୁ ବାହାର କରି ପୋଲିସ ଯାଞ୍ଚ କରି ଦେଖିବାକୁ ପାଇବା ଅନୁସାରେ ମୋଟ 547,150 କେଜି ଟ୍ରକ ମଧ୍ୟରୁ ବାହାର ହୋଇଥିଲା l ପୋଲିସ ତଦନ୍ତ କରି ଜାଣି ପାରିଛି ଯେ ଉକ୍ତ ଗଂଜେଇ ଅନୁଗୁଳ ଜିଲ୍ଲା ଥାନା ଠାକୁର ଗଡ଼ ଗ୍ରାମ ସାନହୁଲା ଠାରେ 20 ବାଣ୍ଡେଲ ଟ୍ରକରେ ଲୋଡ଼ କରି ଉତ୍ତର ପ୍ରଦେଶ ର ମଧୁରାକୁ ନେଇ ଯାଉଥିଲା ବୋଲି ଗାଡି ର ଡ୍ରାଇଭର ନିରଞ୍ଜନ ପ୍ରଧାନ (40)ପିତା ଗୌରୀ ପ୍ରଧାନ ଗ୍ରାମ ଘୋଡା ବନ୍ଧୁନୀ ଥାନା ଠାକୁର ଗଡ଼ ଜିଲ୍ଲା ଅନୁଗୁଳ ର ବୋଲି ଜଣା ପଡିଛି l ଡ୍ରାଇଭର ନିରଞ୍ଜନ ପ୍ରଧାନ କୁ ଗିରଫ କରି ପୋଲିସ ଅଧିକ ତଦନ୍ତ କରୁଥିବା ଜଣା ଯାଇଛି