ଗୋପାଳପୁର ବନ୍ଦରରେ ନୌସେନାର ଯୁଦ୍ଧ ଜାହାଜ ଆଇଏନଏସ ‘କୁଠାର’

ଛତ୍ରପୁର : ୨୫.୧୧.୨୪

(ମିଥୁନ ବାରିକ୍)

ଛତ୍ରପୁର : ଗୋପାଳପୁର ବନ୍ଦରରେ ନୌସେନାର ଯୁଦ୍ଧ ଜାହାଜ ଆଇ.ଏନ. ଏସ ‘କୁଠାର’ ବନ୍ଦର ନିକଟ ବର୍ଥ ନଂ. ୧ରେ ଭାରତୀୟ ନୌସେନାର ଯୁଦ୍ଧ ଜାହାଜ ରବିବାର ଲଙ୍ଗର ପକାଇଛି । ଏହି ଜାହାଜକୁ ଦେଖିବାକୁ ସକାଳ ୯ଟାରୁ ଅପରାହ୍ନ ସାଢେ ୪ ଟା ଯାଏ ପର୍ଯ୍ୟଟକ, ସ୍ଥାନୀୟ ବାସିନ୍ଦା ଏବଂ ଛାତ୍ରୀଛାତ୍ର ନିମନ୍ତେ ଖୋଲା ରଖାଯାଇଛି । ନୌସେନା ସପ୍ତାହ ପାଳନ ଅବସରରେ ବିଶାଖାପାଟଣାରୁ ଭାରତୀୟ ନୌସେନାର ଦୁଇଟି ଜାହାଜ ପାରାନ୍ଦୀପ ବନ୍ଦର ଓ ଗୋପାଳପୁର ବନ୍ଦରକୁ ଆସିଛି l ଜାହାଜର ଯୁଦ୍ଧ କ୍ଷମତା ଓ ଶକ୍ତି ବିଷୟରେ ଗାଇଡ୍‌ଙ୍କଠାରୁ ସମସ୍ତ ବିଷୟ ପଚାରି ବୁଝିବା ସହ ବିଭିନ୍ନ ପରିସ୍ଥିତରେ କେଉଁ ଭଳି ଜାହାଜ ଏବଂ ଏହାର କର୍ମଚାରୀ କିଭଳି କାର୍ଯ୍ୟ କରନ୍ତି ତାହା ବୁଝି ପାରୁଛନ୍ତି। ଏଥିରେ ଏନ୍‌ସିସି, ସ୍କାଉଟ୍‌ ଏବଂ ଅନ୍ୟାନ୍ୟ ଛାତ୍ରୀଛାତ୍ର ଏଠାରୁ ବିଭିନ୍ନ ଶିକ୍ଷା ଲାଭ କରିପାରୁଛନ୍ତି। ଦୁଇଦିନ ଧରି ଏହି କାର୍ଯ୍ୟକ୍ରମ ଚାଲିଥିଲା ଡିସେମ୍ବର ୪ ରେ ପୁରୀ ଠାରେ ଆୟୋଜିତ ନୌସେନା ଦିବସରେ ସାମିଲ ହେବ ଏହି ଜାହାଜ l ତେବେ ପ୍ରଥମ ଥର ପାଇଁ କୌଣସି ଏକ ଯୁଦ୍ଧ ଜାହାଜକୁ ନିକଟରେ ଦେଖିବାର ସୁଯୋଗ ପାଇଥିଲେ ଜନସାଧାରଣ । ସେଥିପାଇଁ ଗୋପାଳପୁର ପୋର୍ଟ କତ୍ତୃପକ୍ଷଙ୍କ ତରଫରୁ ଏକ ସ୍ୱତନ୍ତ୍ର ବସ ବ୍ୟବସ୍ଥା କରାଯାଇ ଲୋକଙ୍କୁ ଜାହାଜ ନିକଟକୁ ଅଣାଯାଉଥିଲା l ଏହା ସହ ସ୍କୁଲ ପିଲା ମାନେ ମଧ୍ୟ ଯୁଦ୍ଧ ଜାହାଜ ବୁଲି ଏହାର କାର୍ଯ୍ୟଶୈଳୀ ବିଷୟରେ ପଚାରି ବୁଝି ଥିଲେ ।

Leave a Reply

Your email address will not be published. Required fields are marked *