
ତା ୨୪.୧୧.୨୪ ରିଖ ବିଜ୍ଞାନ ପ୍ରଚାର ସମିତି ର ପାକ୍ଷିକ ଅଧିବେଶନ ଦୋଳମୁଣ୍ଡାଇ ସ୍ଥିତ କାର୍ଯ୍ୟାଳୟ ପରିସରରେ ଡାକ୍ତର ନିତ୍ୟାନନ୍ଦ ସ୍ୱାଇଁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଯାଇଛି। ଏହି ଅଧିବେଶନରେ ଏକ ବିଶେଷ କାର୍ଯ୍ୟକ୍ରମ ରଖା ଯାଇଥିଲା। ୨୦୨୪ ମସିହା ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଏବଂ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଘୋଷିତ ହୋଇଥବା ନୋବେଲ ପୁରସ୍କାର ବିଜ୍ଞାନୀ ମାନଙ୍କ ବିଷୟରେ ବିଶେଷ ଉପସ୍ଥାପନା ରଖାଯାଇଥିଲା। ଡଃ ଦେବେନ୍ଦ୍ର ନାଥ ସାହୁ ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ନୋବେଲ ପୁରସ୍କାର ପାଇଥିବା ହଫ୍ ଫିଲଡ ଏବଂ ଜୋଫ୍ରେ ହିନଟନ ଙ୍କ ଉଦ୍ଭାବନ ମେସିନ ଲର୍ଣିଂ ବିଷୟରେ କହିଥିଲେ। ଡଃ ଶିବ ଶଙ୍କର ନାୟକ ରସାୟନ ବିଜ୍ଞାନ କ୍ଷେତ୍ରରେ ନୂତନ ଥ୍ରୀ ଡି ପ୍ରୋଟିନ ଡିଜାଇନ୍ ଉଦ୍ଭାବନ ପାଇଁ ନୋବେଲ ପୁରସ୍କାର ପାଇଥିବା ଡେଭିଡ ବେକର ଏବଂ ଡେମିସ୍ ହାସାବିସ ଙ୍କ ଉଦ୍ଭାବନ ବିଷୟରେ କହିଥିଲେ। ଡଃ ନିତ୍ୟାନନ୍ଦ ସ୍ୱାଇଁ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ନୋବେଲ ପୁରସ୍କାର ପାଇଥିବା ବୈଜ୍ଞାନିକ ଭିକଟର ଆମ୍ବ୍ରସ ଏବଂ ଗ୍ୟାରି ରୁବକନ ଙ୍କ ଉଦ୍ଭାବନ ମାଇକ୍ରୋ ଆର. ଏନ୍. ଏ ବିଷୟ ରେ ତଥ୍ୟ ରଖିଥିଲେ। ଏହି ଅଧିବେଶନରେ ଡଃ ଧରଣୀଧର ଜେନା ଙ୍କ ଲିଖିତ ପୁସ୍ତକ ” ଜୀବ ଓ ଜୀବନ ” ଉନ୍ମୋଚନ ହୋଇଥିଲା। ଉପସ୍ଥିତ ସଭ୍ୟମାନେ ଥିଲେ ଡଃ ଭାରତୀ ବେହେରା , ଶ୍ରୀ ସୁକାନ୍ତ କିଶୋର ମହାନ୍ତି, ଶ୍ରୀ ମହେନ୍ଦ୍ର କାୟସ୍ଥ, ଡଃ ଜ୍ୟୋତିଷ ଚନ୍ଦ୍ର ମହାନ୍ତି, ଡଃ ହେମନ୍ତ କୁମାର ପରିଡ଼ା, ଶ୍ରୀ ଅରୋବିନ୍ଦ କର, ଶ୍ରୀ ନିରଞ୍ଜନ ପାତ୍ର, ଡଃ ଧରଣୀଧର ଜେନା , ଶ୍ରୀ ବ୍ରଜବନ୍ଧୁ ପୃଷ୍ଟି, ଡଃ ଅକ୍ଷୟ କୁମାର ନନ୍ଦ। ଯୁଗ୍ମ ସମ୍ପାଦିକା ବିବରଣୀ ପାଠ କରିଥିଲେ।