ତାଳଚେର ଯେସିଆଈ ର ଷଷ୍ଠ ସ୍ଥାପନା ଦିବସ।ମହେଶ ଅଗ୍ରୱାଲ ହେଲେ ନୂତନ ସଭାପତି।

ତାଳଚେର (ଦିଲୀପ କୁମାର ଚୋପଦାର ) ଜୁନିଅର ଚାମ୍ବର ଇଣ୍ଟର୍ନେସନାଲ (ଯେସିଆଈ) ତାଳଚେର ଶାଖା ର ଷଷ୍ଠ ସ୍ଥାପନା ଦିବସ ଶନିବାର ସନ୍ଧ୍ୟା ରେ ପାଳିତ ହୋଇ ଯାଇଅଛି। ହୋଟେଲ ସୂର୍ଯ୍ୟା ଗାର୍ଡେନ ଠାରେ ଅନୁଷ୍ଠିତ ଉତ୍ସବ ରେ ନୂତନ ସଭାପତି ମହେଶ ଅଗ୍ରୱାଲ ଶପଥ ଗ୍ରହଣ କରିଥିଲେ। ବିଦାୟୀ ସଭାପତି କୁଶଳ ଅଗ୍ରୱାଲ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭା ରେ ତାଳଚେର ଉପ ଆରକ୍ଷୀ ଅଧିକ୍ଷକ ମାନସ ରଞ୍ଜନ ବାରିକ ମୁଖ୍ୟ ଅତିଥି, ବ୍ୟବସାୟୀ ସଂଘ (କେଟ) ର ଅନୁଗୁଳ ଜିଲ୍ଲା ଅଧ୍ୟକ୍ଷ କମଳ ଅଗ୍ରୱାଲ, ଜେଶିଆଁଇ ଜୋନ ସଭାପତି ଅମନ୍ ଶୁକ୍ଳା, ପୂର୍ବତନ ଜୋନ ସଭାପତି ଆଶିଷ ଅଗ୍ରୱାଲ, ଉପଦେଷ୍ଟା ଡ. ରଶ୍ମି ରଂଜନ ମିଶ୍ର ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ସମାଜ ସେବା ଦିଗ ରେ ଜେଶିଆଇ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ପ୍ରକାଶ କରିଥିଲେ।

ଆଗାମୀ ଦିନ ରେ ସମାଜ ର ଅବହେଳିତ, ଦରିଦ୍ର ଓ ଅସହାୟ ବ୍ୟକ୍ତି ଙ୍କ ପ୍ରତି ସହଯୋଗ ବଜାୟ ରଖିବାକୁ ଅତିଥି ଗଣ ପରାମର୍ଶ ଦେଇଥିଲେ। ବିଦାୟୀ ସଭାପତି କୁଶଳ ଅଗ୍ରୱାଲ ବିବରଣୀ ପାଠ କରିବା ସହିତ ବିଗତ ବର୍ଷ ରେ ଜେଶିଆଇ ର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କ ରେ ସୂଚନା ଦେଇଥିଲେ। ପୂର୍ବତନ ଜୋନ ସଭାପତି ଆଶିଷ ଅଗ୍ରୱାଲ ନୂତନ ସଭାପତି ଓ କର୍ମକର୍ତ୍ତା ଙ୍କୁ ଶପଥ ପାଠ କରାଇବା ସହିତ ଦାୟିତ୍ଵ ହସ୍ତାନ୍ତର କରିଥିଲେ। ଚଳିତ ବର୍ଷ ଜେଶିଆଇ ପକ୍ଷ ରୁ ବୃକ୍ଷ ରୋପଣ, ପାନୀୟ ଜଳ ପ୍ରକଳ୍ପ, ଛାତ୍ର ଛାତ୍ରୀ ଙ୍କୁ ବିଭିନ୍ନ ଟ୍ରେନିଂ, ସ୍ବାସ୍ଥ୍ୟ ସେବା ଭଳି ବିଭିନ୍ନ କାର୍ଯ୍ୟକ୍ରମ ହାଥ କୁ ନିଆ ଯାଇଥିବା ନୂତନ ସଭାପତି ମହେଶ ଅଗ୍ରୱାଲ ସୂଚନା ଦେଇଥିଲେ। ଜେଶିଆଇ ର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଦୀପ ପାଲ୍ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧନ ରେ ଅନୁଷ୍ଠିତ ସମାରୋହ ରେ ତାଳଚେର ଶାଖା ର ପୂର୍ବତନ ସଭାପତି ରାକେଶ ଗୁପ୍ତା, ବାସୁଦେବ ସାହୁ, ଦୀପ୍ତି ରଞ୍ଜନ ବିଶ୍ଵାଳ, କୋଷାଧ୍ୟକ୍ଷ ଜିତେନ୍ଦ୍ର ଅଗ୍ରୱାଲ, ସରୋଜ ଗିରି, ଶୁଭ ଆଚାର୍ଯ୍ୟ, ହିତେଶ ଅଗ୍ରୱାଲ, ଲିପିକା ମିଶ୍ର, ସ୍ନେହ ଅଗ୍ରୱାଲ, ତୃପ୍ତି ମୟୀ ସାହୁ, ରୋଟାରୀ କ୍ଲବ ର ସମ୍ପାଦକ ଡ. ସସ୍ମିତା ସାହୁ, ସମାଜସେବୀ ପ୍ରକାଶ ମହାରଣା, କ୍ଷୀରୋଦ ସାହୁ, ବିଭିନ୍ନ ଗଣ ମାଧ୍ୟମ ର ପ୍ରତିନିଧି ଙ୍କ ସମେତ ଅନ୍ନପୂର୍ଣ୍ଣା ମହିଳା ପରିବାର, ମାରୱାଡ଼ି ମହିଳା ସମିତି ର କର୍ମକର୍ତ୍ତା ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *