


ଅନୁଗୋଳ :- (ଦିଲୀପ କୁମାର ଚୋପଦାର )ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ସଚିବ, ଓଡ଼ିଶା ଶ୍ରୀ ଶତ୍ରୁଘ୍ନ କର ଆଜି ଦିନ କିଆ ଅନୁଗୋଳ ଗସ୍ତ ରେ ଆସିଛନ୍ତି। ଭୋଟର ତାଲିକା ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧିତ ଅଭିଯାନର ପରିପ୍ରେକ୍ଷୀରେ ଶ୍ରୀ କର ଅନୁଗୋଳ ସହର ସମେତ ଜିଲ୍ଲାର ବିଭିନ୍ନ ବୁଥ ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ବିଭିନ୍ନ ବୁଥସ୍ତରୀୟ ଅଧିକାରୀ (ବି. ଏଲ. ଓ) ଏବଂ ଜିଲ୍ଲାସ୍ତରୀୟ ଓ ଉପଖଣ୍ଡ ସ୍ତରୀୟ ଅଧିକାରୀମାନଙ୍କ ଠାରୁ ଏହି ଅଭିଯାନର କାର୍ଯ୍ୟକାରିତାର ଯାଞ୍ଚ କରିବା ସହ ଅଭିଯାନର ପ୍ରଗତି ସମ୍ପର୍କରେ ପଚାରି ବୁଝିଥିଲେ। ସୂଚନା ଥାଉ କି, ମୁକ୍ତ, ନିରପେକ୍ଷ ଓ ସ୍ୱଚ୍ଛ ନିର୍ବାଚନ ପ୍ରକ୍ରିୟା ସୁନିଶ୍ଚିତ କରିବା ପାଇଁ ଭାରତ ନିର୍ବାଚନ ଆୟୋଗ ପ୍ରତ୍ୟେକ ବର୍ଷ ଭୋଟର ତାଲିକାର ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ଅଭିଯାନ କରିଥାନ୍ତି। ଏହି ଅଭିଯାନ ରେ ଭୋଟର ତାଲିକାରେ ତ୍ରୁଟି ବିଚ୍ୟୁତି ସଂଶୋଧନ ସହିତ ନୂତନ ଭାବେ ୧୮ ବର୍ଷ ବୟସରେ ପଦାର୍ପଣ କରୁଥିବା ଯୁବକଯୁବତୀ ମାନେ ଭୋଟର ତାଲିକାରେ ନାମ ପଞ୍ଜିକରଣ କରିପାରିବେ