ସରକାରୀ କ୍ଵାର୍ଟର ଜବରଦଖଲ କରି ଭଡା ଲଗାଇଥିଲେ କଠୋର ହେବେ ସରକାର ।

ସରକାରୀ କ୍ଵାର୍ଟର ଜବରଦଖଲ କରି ଭଡା ଲଗାଇଥିଲେ କଠୋର ହେବେ ସରକାର । ଭଡ଼ାରେ ସରକାରୀ କ୍ଵାଟର ଲଗାଇଲେ, ଆଲର୍ଟମେଣ୍ଟ ହୋଇଥିବା ବ୍ୟକ୍ତି, ଭଡାରେ ରହୁଥିବା ବ୍ୟକ୍ତି ଦୋଷୀ ସାବ୍ୟସ୍ତ ହେବେ ଏବଂ ତାଙ୍କ ବିରୋଧ ରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହି ସୂଚନା ଦେଇଛନ୍ତି । ଅନେକ ଜାଗାରେ ସରକାରୀ କ୍ଵାର୍ଟର୍ସ ଜରାଜୀର୍ଣ୍ଣ ଅବସ୍ଥାରେ ଅଛି ଯାହାକୁ ଲୋକେ ଜବରଦଖଲ କରିରଖିଛନ୍ତି । ଏହା ଉପରେ ସାଧାରଣ ପ୍ରଶାସନ ବିଭାଗ ଏକ ତାଲିକା ପ୍ରସ୍ତୁତ କରୁଛି ଏବଂ ଏଭଳି ହେଉଥିବା ଜାଗାରେ ଉଚ୍ଛେଦ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି।

Leave a Reply

Your email address will not be published. Required fields are marked *